ଶିକ୍ଷକଙ୍କ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି
ଲକ୍ଷ୍ନୌ : ଶିକ୍ଷକମାନଙ୍କ ଉପସ୍ଥାନକୁ ନେଇ ସରକାର ଦେଇଥିବା ଆଦେଶ ଉପରେ ଏବେ ସ୍ଥଗିତାଦେଶ ଲଗାଇଛନ୍ତି ରାଜ୍ୟ ସରାକର । ଉତ୍ତର ପ୍ରଦେଶ ସରକାର ତାଙ୍କ ଆଦେଶରେ ରୋକ ଲଗାଇଛନ୍ତି । ବର୍ତ୍ତମାନ ଏକ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି ।ୟୁପି ସ୍କୁଲରେ ଡିଜିଟାଲ ଉପସ୍ଥାନ ଉପରେ ସରକାର ୨ ମାସ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି ।

ଶିକ୍ଷକ ସଂଘ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସିଏମ୍ ଯୋଗୀ ଗତକାଲି ଏହି ମାମଲାକୁ ଗ୍ରହଣ କରିଥିଲେ । ଏହି ନିଷ୍ପତ୍ତି ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି ।ମଙ୍ଗଳବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂଙ୍କ ସହ ସାକ୍ଷାତ ପରେ ଏହି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ଡିଜିଟାଲ ଉପସ୍ଥାନ ନେଇ ନୋଟିସ୍ ଜାରି କରାଯାଇଥିଲା । ଶିକ୍ଷକ ସଂଗଠନ ପକ୍ଷରୁ ଏହାକୁ ନେଇ ଲଗାତାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଡିଜିଟାଲ ଉପସ୍ଥାନକୁ ଶୀକ୍ଷଣୀୟ ଗୁଣବତ୍ତା ସହ ଯୋଡ଼ି ଦିଆଯାଇଥିଲା । କିନ୍ତୁ ଏବେ ସରକାର ଏଥିରେ ରୋକ ଲଗାଇଛନ୍ତି । ଦୁଇ ମାସ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ ବୋଲି ସରକାର କହିଛନ୍ତି ।












Click it and Unblock the Notifications