ଆମେରିକାର ମାନ୍ଦାବସ୍ଥା ଭାରତରେ ପଡିଲା ପ୍ରଭାବ, ଆଖି ପିଛୁଳାକେ ସ୍ୱାହା ହେଲା ୧୦ ଲକ୍ଷ କୋଟି

ସେୟାର ମାର୍କେଟରେ ବଡ଼ ଧରଣର ଝଟକା। ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି। ତାସ୍ ଘର ପରି ଭୁଶୁଡ଼ିପଡ଼ିଲା ୧୦ଟି ସେୟାର। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି।

share market

ଆଜି ବଜାର ଆରମ୍ଭରୁ ଖସିଲା ସେୟାର ବଜାର। ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ସେନ୍ସେକ୍ସ ୧୬ ଶହ ୨୭ ପଏଣ୍ଟ ସହ ୨ ଦଶମିକ ୦୧ ପ୍ରତିଶତ ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୨ ଦଶମିକ ୦୩ ପ୍ରତିଶତ ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ଭାରତଠୁ ଆମେରିକା ପର୍ୟ୍ୟନ୍ତ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ସେନ୍ସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୨.୦୩ % ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଏହି ବିରାଟ ହ୍ରାସ୍‌ର କିଛି ମିନିଟ୍ ମଧ୍ୟରେ ଷ୍ଟକ୍ ମାର୍କେଟ ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ବୁଡି ଯାଇଛି। ଫଳରେ ଅନେକ ଗୁଡ଼ିଏ ଲାଭ ଦାୟକ କମ୍ପାନୀର ସେୟାରର ଦର ବି ଖସି ଯାଇଛି।

ଭାରତୀୟ ମୁଦ୍ରା ଦର ଉପରେ ବି ଏହାର ପ୍ରଭାବ ପଡ଼ିଛି। ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି। ଯାହା ସର୍ବକାଳୀନ ନିମ୍ନରେ ଥିବା ଅର୍ଥନୈତିଜ୍ଞମାନେ ମତ ରଖିଛନ୍ତି। ଗତ ଶୁକ୍ରବାର ମଧ୍ୟ ସେନ୍‌ସେକ୍ସ ହ୍ରାସ ପାଇଥିଲା। ଏଥିଯୋଗୁ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+