ଆମେରିକାକୁ ଲାଗିବ ବଡ଼ ଝଟକା ! ଭାରତ ସହ ବଡ଼ ଚୁକ୍ତି କରିବ ୟୁରୋପୀୟ ସଂଘ

ଟ୍ରମ୍ପଙ୍କର ଗ୍ରୀନଲାଣ୍ଡ ଦଖଲକୁ ନେଇ ଆମେରିକା ଓ ୟୁରୋପ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବା ବେଳେ ଭାରତ ସହ ବଡ଼ ଡିଲ୍ କରିବାକୁ ଯାଉଛି ୟୁରୋପ। ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏହାକୁ ମଦର ଅଫ ଅଲ୍ ଡିଲ୍ (ସମସ୍ତ ଚୁକ୍ତିର ମାଆ) ବୋଲି କହିଛନ୍ତି।

European Union

ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି। ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ୨ ବିଲିୟନ ଲୋକଙ୍କ ପାଇଁ ଏକ ନୂଆ ବଜାର ସୃଷ୍ଟି କରିବ, ଯାହା ବିଶ୍ୱ ଜିଡିପିର ପ୍ରାୟ ୨୫ ପ୍ରତିଶତ ଭାଗ ରଖିବ। ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF)ରେ ସେ ଏହି ସୂଚନା ଦେଇଛନ୍ତି।

ଉର୍ସୁଲା ଜାନୁଆରୀ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଜାନୁଆରୀ ୨୭ ତାରିଖରେ ଭାରତ-ରୋପୀୟ ସଂଘ ଶିଖର ସମ୍ମିଳନୀରେ ଚୁକ୍ତିନାମା ସମାପ୍ତ ହେବାର ଘୋଷଣା କରାଯାଇପାରେ।

ଏଗ୍ରୀମେଣ୍ଟକୁ ସମସ୍ତ ଚୁକ୍ତିର ଜନନୀ କହିଲେ ଉର୍ସୁଲା

ବିଶ୍ୱ ଅର୍ଥନୈତିକ ଫୋରମ ତାଙ୍କ ଅଭିଭାଷଣରେ, ଉର୍ସୁଲା ଭନ୍ ଡେର୍ ଲେଏନ୍ ଏହି ଚୁକ୍ତିନାମାକୁ "ସମସ୍ତ ଚୁକ୍ତିନାମାର ଜନନୀ" ବୋଲି କହିଛନ୍ତି। ଏବଂ ତାଙ୍କର ଭାରତ ଗସ୍ତ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ "ମୁଁ ଭାରତ ଯାଉଛି। ଏବେ ବି କିଛି କାମ କରିବାକୁ ବାକି ଅଛି, କିନ୍ତୁ ଆମେ ଏକ ଐତିହାସିକ ଚୁକ୍ତିନାମାର ଦ୍ୱାର ଦେଶରେ ଅଛୁ। ଏହି ଚୁକ୍ତି ୟୁରୋପକୁ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ଗତିଶୀଳ ଦେଶ ଭାରତ ସହିତ ବାଣିଜ୍ୟ କରିବାର(ପାଷ୍ଟ ମୁଭର ଆଡଭାଣ୍ଟାଜ୍) ପ୍ରଥମ ବଡ଼ ସୁଯୋଗ ଦେବ।"

ଏହି ଚୁକ୍ତିରେ କ'ଣ ଫାଇଦା ହେବ?

ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଇୟୁ ସହିତ ଭାରତର ବାଣିଜ୍ୟ କାରବାର ୨୦୨୩-୨୪ରେ ୧୩୭.୧ ବିଲିୟନ ଡଲାର ଥିଲା। ଏହି ଚୁକ୍ତିନାମା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି।

ଏହି ଚୁକ୍ତିନାମା ସାମଗ୍ରୀ ଏବଂ ସେବା ଉପରେ ଶୁଳ୍କ ହ୍ରାସ କରିବ, ଯାହା ବାଣିଜ୍ୟକୁ ସହଜ କରିବ। ଉଭୟ ପକ୍ଷ ଏକ ପ୍ରତିରକ୍ଷା ଚୁକ୍ତି ସହିତ ୨୦୨୬-୨୦୩୦ ପାଇଁ ଏକ ରଣନୈତିକ ଯୋଜନା ମଧ୍ୟ ଘୋଷଣା କରିବେ।

ଟ୍ରମ୍ପ ଶୁଳ୍କ ମଧ୍ୟରେ ଭାରତ-ୟୁରୋପୀୟ ସଂଘ ଚୁକ୍ତି ଘୋଷଣା

ଏହି ଚୁକ୍ତି ଏପରି ଏକ ସମୟରେ ହୋଇଛି ଯେତେବେଳେ ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତି ଏବଂ ବାଣିଜ୍ୟ କଟକଣା ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଆମେରିକାର ଶୁଳ୍କ ଯୁଦ୍ଧ ଭାରତ ଏବଂ ୟୁରୋପୀୟ ସଂଘର ସମସ୍ତ ୨୭ ଦେଶକୁ ପ୍ରଭାବିତ କରିଛି। ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ୟୁରୋପୀୟ ଦେଶମାନଙ୍କ ସହିତ ଚୁକ୍ତିନାମା କରି ଭାରତୀୟ ଉତ୍ପାଦ ପାଇଁ ନୂଆ ବଜାର ଅନୁସନ୍ଧାନ କରୁଛି।

ଗଣତନ୍ତ୍ର ଦିବସରେ ୟୁରୋପୀୟ ନେତାମାନେ ହେବେ ମୁଖ୍ୟ ଅତିଥି

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଜାନୁଆରୀ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ।

୧୯ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବ

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପାଇଁ ପ୍ରଥମ ପ୍ରୟାସ ୨୦୦୭ ଆରମ୍ଭ ହୋଇଥିଲା। ତଥାପି, ପରସ୍ପରର ମହତ୍ତ୍ୱାକାଂକ୍ଷା ଏବଂ ନିୟମରେ ପାର୍ଥକ୍ୟ ଯୋଗୁ ଏହି ଆଲୋଚନା ୨୦୧୩ ମସିହାରେ ବନ୍ଦ ହୋଇଯାଇଥିଲା। ଆଉ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ, ଜୁନ୍ ୨୦୨୨ ରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା। ଶେଷରେ ଏହି ଚୁକ୍ତି ଏବେ ୨୦୨୬ ପ୍ରାରମ୍ଭରେ ଚୂଡ଼ାନ୍ତ ହେବାକୁ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+