ପହଲଗାମ ଆତଙ୍କବାଦୀ ଆକ୍ରମଣ: ଆମେରିକା ରାଷ୍ଟ୍ରପତି କହିଲେ ଆମେ ଭାରତ ସହ ଅଛୁ
ଜମ୍ମୁ-କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ଦିଲ୍ଲୀ, ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ସାରା ବିଶ୍ୱ ଏହି ଘଟଣାର ନିନ୍ଦା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କହିଛନ୍ତି, ଆମେ ଭାରତ ସହିତ ଅଛୁ ।
ଟ୍ରମ୍ପ କହିଛନ୍ତି, "କଶ୍ମୀରରୁ ଅତ୍ୟନ୍ତ ବିଚଳିତ କଲା ପରି ଖବର ସାମ୍ନାକୁ ଆସିଛି । ଆତଙ୍କବାଦ ବିରୁଦ୍ଧରେ ଆମେରିକା ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ଆମେ ମୃତକଙ୍କ ଆତ୍ମାର ଶାନ୍ତି ଏବଂ ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଅବିଶ୍ୱସନୀୟ ଲୋକଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ଏବଂ ଗଭୀର ସମବେଦନା ରହିଛି ।

ବର୍ତ୍ତମାନ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସେ ପହଲଗାମ ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି। ସେ କହିଛନ୍ତି, "ଭାରତର ପହଲଗାମରେ ହୋଇଥିବା ଦୁଃଖଦ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି। ଗତ କିଛି ଦିନ ଧରି, ଆମେ ଏହି ଦେଶ ଏବଂ ଏହାର ଲୋକଙ୍କ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଛୁ।












Click it and Unblock the Notifications