5G ବଜାରରେ ଆମେରିକାକୁ ପଛରେ ପକାଇଲା ଆମେରିକା, ଏବେ 6G ଉପରେ ନଜର
ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଏଣିକି 'ନମସ୍ତେ' ଲୋକାଲରୁ ଗ୍ଲୋବାଲ ହୋଇଗଲାଣି। ଆପଣଙ୍କ ଭଲ ପାଇବା ମୋ ପାଇଁ ସବୁଠୁ ବଡ଼ ସୌଭାଗ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେଥର ଆମେରିକା ଆସିଛି, ଅପାଣମାନଙ୍କ ସ୍ନେହ ପାଇଛି। ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରଦୂତ ଭାବେ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣମାନେ ଭାରତର ସବୁଠୁ ମଜବୁତ ବ୍ରାଣ୍ଡ ଆମ୍ବାସଡର। ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ। ବିବିଧତା ସତ୍ତ୍ୱେ ଆମେ ଏକ ହୋଇ ଆଗକୁ ବଢୁଛୁ। ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ୱବନ୍ଧୁ କରିଛି ବୋଲି କହିଛନ୍ତି ମୋଦି।
AIର ଅର୍ଥକୁ ନିଜସ୍ୱ ଢଙ୍ଗରେ ବୁଝାଇ ମୋଦି କହିଛନ୍ତି ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍। ଆଉ ଆମେରିକା-ଇଣ୍ଡିଆ ବିଶ୍ୱର ନୂଆ AI ଶକ୍ତି ବୋଲି ମୋଦି କହିଛନ୍ତି। ୨୦୨୪ ଏକ ଐତିହାସିକ ବର୍ଷ ବୋଲି କହିବା ସହ, ଏହି ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଥିବା ବେଳେ, ଭାରତ ଓ ଆମେରିକାରେ ଗଣତନ୍ତ୍ରର ମହାପର୍ବ ଆୟୋଜିତ ହେଉଅଛି। ଦେଶର ସ୍ୱାଧିନତାରେ ବଳିଦାନ ଦେଇନପାରିଲେ କଣ ହେଲା, ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଲୋକଙ୍କ ସେବା ପାଇଁ ୩ ଗୁଣ ଅଧିକ ଦାୟିତ୍ୱବୋଧ ସହ ଆଗକୁ ବଢୁଛି। ଆଜି ୨୩ ସହରରେ ମେଟ୍ରୋ, ୧୪୦ରୁ ଅଧିକ ସହରରେ ଏୟାରପୋର୍ଟ ଅଛି। ଦେଶରେ ୩୧ କୋଟି ଏଲପିଜି ଗ୍ରାହକ ଅଛନ୍ତି। ମାତ୍ର ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ମିଳିଛି। ପୁରୁଣା ଚିନ୍ତାଧାରା ବଦଳାଇଲୁ, ଗରିବଙ୍କୁ ସଶକ୍ତ କରିବାକୁ ଗୁରୁତ୍ୱ ଦେଲୁ ବୋଲି କହିଛନ୍ତି ମୋଦି।
ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି। ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ୱ ଦେଇଛୁ। ଭାରତର 5G ବଜାର ଆମେରିକା ଠାରୁ ମଧ୍ୟ ବଡ଼ ବୋଲି କହିବା ସହ ଆଜି ଭାରତ 6G ଉପରେ କାମ କରୁଛି କହିଛନ୍ତି ମୋଦି।












Click it and Unblock the Notifications