ଆମେରିକାରୁ ଫେରିଲେ ୧୦୪ ଜଣ ପ୍ରବାସୀ ଭାରତୀୟ
ଭାରତ ଫେରିଲେ ୧୦୪ ଜଣ ପ୍ରବାସୀ ଭାରତୀୟ । ଆମେରିକା ମିଲିଟାରୀ ପ୍ଲେନ୍ ସି-୧୪୭ ଆମେରିକାରେ ଅବୈଦ୍ଧ ଭାବେ ରହୁଥିବା ଭାରତୀୟ ନାଗରିକଙ୍କୁ ନେଇ ଆସିଛି ।ସୂଚନା ଅନୁସାର ଏହି ପ୍ଲେନ୍ ଅମୃତସରରେ ଅବତରଣ କରିଛି ।

ଆମେରିକାରୁ ଭାରତକୁ ଫେରୁଥିବା ୧୦୪ ଜଣ ଭାରତୀୟଙ୍କ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଗୁଜରାଟର ଲୋକମାନେ ସାମିଲ ଅଛନ୍ତି । ପଞ୍ଜାବର ମୋଟ ୩୦ ଜଣ ଲୋକ ଥିବା ନେଇ ସୂଚନା ରହିଛି । ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ପୋଲିସ ବିମାନବନ୍ଦରରେ ପହଞ୍ଚିଛି। ଏହା ବ୍ୟତୀତ ଆମେରିକାରୁ ଫେରୁଥିବା ଲୋକଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ଲୋକମାନେ ମଧ୍ୟ ରହିଛନ୍ତି ।
ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ କହିଛନ୍ତି ଯେ ରାଜ୍ୟ ସରକାର ପ୍ରବାସୀମାନଙ୍କୁ ସ୍ୱାଗତ କରିବେ ଏବଂ ବିମାନବନ୍ଦରରେ କାଉଣ୍ଟର ସ୍ଥାପନ କରିବେ। ମଙ୍ଗଳବାର ଦିନ ପଞ୍ଜାବ ପ୍ରବାସୀ ଭାରତୀୟ ବ୍ୟାପାର ମନ୍ତ୍ରୀ କୁଲଦୀପ ସିଂହ ଧାଲିୱାଲ ଆମେରିକା ସରକାରଙ୍କ ନିଷ୍ପତ୍ତି ଉପରେ ନିରାଶା ପ୍ରକାଶ କରି କହିଛନ୍ତି ଯେ ଦେଶର ଅର୍ଥନୀତିରେ ଅବଦାନ ରଖିଥିବା ଏହି ଲୋକମାନଙ୍କୁ ନିର୍ବାସିତ କରାଯିବା ପରିବର୍ତ୍ତେ ସ୍ଥାୟୀ ବାସସ୍ଥାନ ପ୍ରଦାନ କରାଯିବା ଉଚିତ ଥିଲା।
ପଞ୍ଜାବ ମନ୍ତ୍ରୀ କହିଛନ୍ତି ଯେ ଅନେକ ଭାରତୀୟ 'ୱାର୍କ ପରମିଟ୍'ରେ ଆମେରିକାରେ ପ୍ରବେଶ କରନ୍ତି ଏବଂ ପରେ ଏହାର ମିଆଦ ଶେଷ ହେବା ପରେ ସେମାନେ ଅବୈଧ ପ୍ରବାସୀ ହୋଇଯାଆନ୍ତି। ସେ କହିଛନ୍ତି ଯେ ଆମେରିକାରେ ରହୁଥିବା ପଞ୍ଜାବୀମାନଙ୍କ ଚିନ୍ତା ଏବଂ ସ୍ୱାର୍ଥ ବିଷୟରେ ଆଲୋଚନା କରିବା ପାଇଁ ସେ ଆସନ୍ତା ସପ୍ତାହରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି।












Click it and Unblock the Notifications