Ambedkar Statue Desecrated: ଦଳିତଙ୍କ ପ୍ରତି କେଜ୍ରିୱାଲଙ୍କ ମିଛ ଭଲ ପାଇବା, ନିନ୍ଦା କଲେ ବିରୋଧୀ
ପଞ୍ଜାବର ଅମୃତସରରେ ଗଣତନ୍ତ୍ର ଦିବସରେ ଡକ୍ଟର ଭୀମ୍ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଘଟଣାରେ ପଞ୍ଜାବ ସରକାର ଏବଂ ଆମ୍ ଆଦମୀ ପାର୍ଟି (AAP) ବର୍ତ୍ତମାନ ତିବ୍ର ସମାଲୋଚନାର ସମ୍ମୁଖୀନ ହେଉଛି । ସୁଚନାଯୋଗ୍ୟଯେ, ପଞ୍ଜାବର ଅମୃତସରର ଡକ୍ଟର ଆମ୍ବେଦକରଙ୍କ ୩୩ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି କୁ ଜାନୁଆରୀ ୨୬ ରେ ଭଙ୍ଗାରୁଜା କରାଯାଇଥିଲା, ଯେଉଁ ଦିନ ଭାରତ ଗଣତନ୍ତ୍ର ଦିବସ ପାଳନ କରୁଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏକ ପୋଲିସ ଷ୍ଟେସନ ନିକଟରେ ଏହିସବୁ ଘଟିଥିଲା, ଯେଉଁଠାରେ ଜଣେ ଅଜଣା ବ୍ୟକ୍ତି ମୂର୍ତ୍ତିକୁ ଭାଙ୍ଗିବା ପାଇଁ ହାତୁଡ଼ି ବ୍ୟବହାର କରିଥିଲେ । ଆଉ ଏସବୁ ଘଟିଥିଲା ପୋଲିସ ଷ୍ଟେସନ ନିକଟରେ ।
ଏହି ଘଟଣାକୁ ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳ ଏବଂ ନେତାମାନେ ନିନ୍ଦା କରିଛନ୍ତି। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଉପରେ ଖୁବ୍ ବର୍ଷିଥିଲା । ଏମିତିକି ତାଙ୍କୁ ଦଲିତ ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରିଥିଲା ବିଜେପି ମୁଖପାତ୍ର ସମ୍ବିଟ୍ ପାଟ୍ରା ଏହି ଘଟଣାକୁ ହୃଦୟ ବିଦାରକ ବୋଲି କହିବା ସହ କେଜ୍ରିୱାଲଙ୍କ ଅଧୀନରେ ପଞ୍ଜାବ ସରକାରଙ୍କ ନିଷ୍କ୍ରିୟତାକୁ ସମାଲୋଚନା କରିଥିଲେ । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ , ଅମୃତସରରେ ଯାହା ଘଟିଲା, ତାହା କେଜ୍ରିୱାଲଙ୍କ ସମ୍ମତି ବିନା କେବେ ହେଲେ ତାହା ହୋଇନଥିବ । ବାବା ସାହେବଙ୍କୁ ଅସମ୍ମାନ କରାଯାଇଛି। ତେଣୁ, କେଜ୍ରିୱାଲ ତୁରନ୍ତ ପଞ୍ଜାବ ଯାଇ କ୍ଷମା ମାଗିବା ଉଚିତ୍, ଭଗୱନ୍ତ ମାନ ତୁରନ୍ତ ପଦରୁ ଇସ୍ତଫା ଦେବା ଉଚିତ୍। ସେ ଅଭିଯୋଗ କରିଥିଲେ ଯେ ଏହା ପ୍ରଥମ ଥର ନୁହେଁ ଯେ କେଜ୍ରିୱାଲ ଆମ୍ବେଦକର ଏବଂ ଦଳିତମାନଙ୍କୁ ଅପମାନ କରିଛନ୍ତି। ସେ ପଞ୍ଜାବରେ ଜଣେ ଦଳିତଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେ ତାହା କରିପାରିଲେ ନାହିଁ। ଏମତିକି ଦଳିତଙ୍କୁ ସମର୍ଥନ କରୁଥିବା ଆପ୍ ର ଦାବିକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି ଏବଂ ସେମାନଙ୍କୁ ନକଲି ବୋଲି କହିଛି।

ଆଉ ଏହା ପରେ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା, ଦଳର ସାଂସଦ ଯୋଗେନ୍ଦ୍ର ଚାନ୍ଦୋଲିଆ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମଙ୍କ ନେତୃତ୍ୱରେ ଦିଲ୍ଲୀ ବିଜେପି ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ସରକାରଙ୍କ ବିରୋଧରେ ଏକ ପ୍ରତିବାଦ ପ୍ରଦର୍ଶନ କରିଥିଲା। ବୀରେନ୍ଦ୍ର ସଚଦେବ କହିଛନ୍ତି, ପଞ୍ଜାବରେ ଘଟିଥିବା ଘଟଣା, ସରକାରଙ୍କ ସମ୍ମତି ବିନା, ଅରବିନ୍ଦ କେଜ୍ରିୱାଲଙ୍କ ସମ୍ମତି ବିନା ଏତେ ଘୃଣ୍ୟ ଘଟଣା ଘଟିପାରିନଥାନ୍ତା। ଭଗୱନ୍ତ ମାନ ଇସ୍ତଫା ଦେବା ଉଚିତ୍ ଏବଂ ସମସ୍ତେ ତୁରନ୍ତ କ୍ଷମା ମାଗିବା ଉଚିତ୍। ଏଥିସହ ସେ ଏହି ଘଟଣାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି, ଏବଂ ଏହି ମାମଲାରେ ପୋଲିସ ତଦନ୍ତରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି । ଏହା ସହ ସେ କହିଥିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସହାନୁଭୂତି ପାଇବା ପାଇଁ କେଜ୍ରିୱାଲ ନିଜକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥାଇ ପାରନ୍ତି ବୋଲି ସେ କହିଥିଲେ ।
ଅନ୍ୟପଟେ ପଞ୍ଜାବର ଆପ୍ ସରକାର ସବୁ ଦିଗରୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବିରୋଧୀ ଦଳ ଜାତୀୟ ଆଇକନର ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଏବଂ ଦଲିତ ସମ୍ପ୍ରଦାୟ ପ୍ରତି ଆପ୍ ର ଆନ୍ତରିକତା ଉପରେ ପ୍ରଶ୍ନ କରିଛନ୍ତି। ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତଥା ଡକ୍ଟର ଆମ୍ବେଦକରଙ୍କ ସମସ୍ତ ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅନେକ ଦଳିତ ସଂଗଠନ । ସେପଟେ ଆପ ଉପରେ ବଡ଼ ଆରୋପ ଲଗାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ୍ । ସେ କେଜ୍ରିୱାଲ ଖଲିସ୍ତାନୀଙ୍କ ସହ ଲିଙ୍କ୍ ଥିବା ଅଭିଯୋଗ କରିଛନ୍ତି।












Click it and Unblock the Notifications