ରାଷ୍ଟ୍ରପୁରୁଷ ଭୀମରାଓ ଆମ୍ବେଦକରଙ୍କୁ ଆଜି ୧୩୪ତମ ଜୟନ୍ତୀ; ଦଳିତଙ୍କ ଅଧିକାର ଓ ଜାତି ପ୍ରଥା ବିରୁଦ୍ଧରେ କରିଥିଲେ ସ୍ୱର ଉତ୍ତୋଳନ

ଭାରତୀୟ ସମ୍ବିଧାନ ପ୍ରଣୟତା ରାଷ୍ଟ୍ରପୁରୁଷ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଆଜି ୧୩୪ତମ ଜୟନ୍ତୀ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ମଧ୍ୟ ଥିଲେ । ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଭୀମରାଓ ଆମ୍ବେଦକର । ଭାରତୀୟ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସେ ଭାରତୀୟ ସମ୍ୱିଧାନର ପ୍ରଣୟତା ବ୍ୟତୀତ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ତଥା ସାମାଜିକ ସଂସ୍କାରକ ଭାବେ ଗୌରବ ଅର୍ଜନ କରିଛନ୍ତି। ଏହା ସହ ସେ ଅନେକଗୁଡିଏ ପୁସ୍ତକ ମଧ୍ୟ ଲେଖି ଯାଇଛନ୍ତି । ପିଲାଦିନରୁ ଭୀମରାଓ ଭେଦଭାବର ସମ୍ମୁଖୀନ ହୋଇଥିଲା, ଯାହା ତାଙ୍କୁ ସମାନତା କ୍ଷେତ୍ରରେ ପ୍ରବର୍ତ୍ତାଇଥିଲା। ଜାତି ପ୍ରଥା, ଭେଦଭାବ ସତ୍ତ୍ୱେ ସେ କଠିନ ପରିଶ୍ରମ କରି ବିଦେଶରେ ଅଧ୍ୟୟନ କରିଥିଲେ । କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ ଭୀମରାଓ ।

Ambedkar Jayanti

ମାନବିକତା ବିଷୟରେ କଥାବାର୍ତ୍ତା କରୁଥିବା ଲୋକ ସାଧାରଣତଃ ମାନବ ଅଧିକାର ବିଷୟରେ ଆଲୋଚନା କରନ୍ତି । କିନ୍ତୁ ଏମିତି ଏକ ବାସ୍ତବତା ମଧ୍ୟ ଥିଲା, ଦେଶରେ ଅନେକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ମଧ୍ୟ ଜାତି ପ୍ରାଧାନ୍ୟ ବିସ୍ତାର କରିଥିଲା । ଆମ୍ବେଦକରଙ୍କୁ ଏପରି ସମୟ ଦେଖିବାକୁ ପଡ଼ିଥିଲା, ଯାହାକି ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଭୋକରେ ରଖିଥିଲା । ଛୁଆଁ-ଅଛୁଆଁ ର ପ୍ରଭାବ କେତେ ଥିଲା, ତାହା ଏହି କଥାରୁ ଅନୁଭବ କରିହେବ । ମହାର ରାସ୍ତା ନିକଟରେ ପ୍ରବାହିତ ନଦୀରେ ବନ୍ୟା ଆସିଥାଏ । ବନ୍ୟା ଯୋଗୁଁ ଦୁଇ କୂଳର ଲୋକଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଦୁଇ ଦିନ ଧରି ବନ୍ୟା ଜଳ କମି ନଥିଲା ଏବଂ ଅଛୁଆଁ ବୋଲି ଭୀମରାଓଙ୍କୁ ଦୁଇ ଦିନ ଭୋକରେ ରହିବାକୁ ପଡିଥିଲା ।

ଅଛୁଆଁ ବିବେଚିତ ଲୋକଙ୍କ ବସ୍ତିରେ ରହୁଥିବାରୁ ସାମାଜିକ ବାସନ୍ଦ ଭୟରେ ଭୀମରାଓଙ୍କୁ କେହି ଖାଦ୍ୟ ଦେବା ଉଚିତ୍ ବୋଲି ଭାବି ନଥିଲେ । ସେହି ସମୟରେ ଅସ୍ପୃଶ୍ୟ କୁହାଯାଉଥିବା ଲୋକଙ୍କୁ କେହି ଖାଦ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ଦଳିତଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଦୂର କରିବା, ମହିଳା ଏବଂ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରିଥିଲେ ଭୀମରାଓ ।

ଦଳିତ ସମ୍ପ୍ରଦାୟର ଉନ୍ନତି ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ଜାତି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଶିକ୍ଷା ତଥା ନିଯୁକ୍ତି ସୁଯୋଗରେ ସମାନତା ପାଇଁ ଜୀବନକୁ ଉତ୍ସର୍ଗିତ କରି ଦେଇଥିଲେ ଭୀମରାଓ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+