ଭାବି ବୋହୂ ପାଇଁ ଅମ୍ବାନିଙ୍କ ସ୍ପେଶାଲ ସେରିମନି, ସାମିଲ ହେଲେ ନାମିଦାମୀ ବ୍ୟକ୍ତି
ସ୍ବପ୍ନ ନଗରୀରେ ଅନୁଷ୍ଠିତ ହେଲା ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ପାନିଙ୍କ ଅରଙ୍ଗେତ୍ରମ କାର୍ଯ୍ୟକ୍ରମ। ରବିବାର ଅମ୍ବାନି ପରିବାର ନିଜ ଭାବି ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ପାଇଁ ଏହି କାର୍ଯ୍ୟକ୍ରମକ ରଖିଥିଲେ ।
ମୁମ୍ବାଇ: ସ୍ବପ୍ନ ନଗରୀରେ ଅନୁଷ୍ଠିତ ହେଲା ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ପାନିଙ୍କ ଅରଙ୍ଗେତ୍ରମ କାର୍ଯ୍ୟକ୍ରମ। ରବିବାର ଅମ୍ବାନି ପରିବାର ନିଜ ଭାବି ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ପାଇଁ ଏହି କାର୍ଯ୍ୟକ୍ରମକ ରଖିଥିଲେ । ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ସହ ବଲିଉଡ଼ ସେଲିବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଧିକା କେରଳର ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ ରେ ଏକ ଦମଦାର ନୃତ୍ୟ ପରିବେଷଣ କରିଛନ୍ତି । ରାଧିକା ନିଜ ନୃତ୍ୟ ଶିକ୍ଷା ଶେଷ କରିବା ପରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି କରିଥିଲେ । ଏଥିରେ ଅମ୍ବାନି ଓ ମର୍ଚ୍ଚାଣ୍ଟ ପରିବାର ମଧ୍ୟ ସାମିଲ ହୋଇ ରାଧିକାଙ୍କୁ ଉତ୍ସାହିତ କରିଥିଲେ । ବଲିଉଡ଼ ସେଲିବ୍ରିଟି ମାନଙ୍କ ମଧ୍ୟରେ ସଲମାନ ଖାନ ଓ ରଣବୀର ସିଂଙ୍କ ପ୍ରମୁଖ ସାମିଲ ଥିଲେ ।
ରାଧିକା ମର୍ଚ୍ଚାଣ୍ଟ ହେଉଛନ୍ତି ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କ ଭାବି ବୋହୂ । ସେ ମୁକେଶଙ୍କ ସାନ ପୁଅ ଅନନ୍ତଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ରାଧିକା ଶିଳ୍ପପତି ଭିରେନ ମର୍ଚ୍ଚାଣ୍ଟ ଓ ଶୈଲା ମର୍ଚ୍ଚାଣ୍ଟଙ୍କ ଝିଅ । 2019ମସିହାରେ ଅନନ୍ତଙ୍କ ସହ ରାଧିକାଙ୍କର ନିର୍ବନ୍ଧ ହୋଇଛି ।
ରାଧିକା ମୁମ୍ବାଇରେ କାଥେଡ୍ରାଲ ଓ ଜନ୍ କ୍ୟାନନ୍ ସ୍କୁଲରେ ପାଠପଢା ସାରିଥିଲେ । ଏହାପରେ ନ୍ୟୁୟର୍କ ୟୁନିଭର୍ସିଟିରୁ ରାଜନୀତି ଓ ଅର୍ଥନୀତି ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କେବଳ ପାଠପଢା ନୁହେଁ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି ରାଧିକା । ଶ୍ରୀନିଭା ଆର୍ଟ୍ସରେ ଗୁରୁ ଭାବନା ଠାକରଙ୍କଠାରୁ ସେ ସାଂସ୍କୃତିକ ନୃତ୍ୟ ଶିକ୍ଷା କରିଛନ୍ତି । ପ୍ରାୟ 8 ବର୍ଷ ପର୍ଯ୍ୟନ୍ତ ସେ ଏହି ଶାସ୍ତ୍ରୀୟ ନୃତ୍ୟ ଶିଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ କଳା, ବ୍ୟବସାୟ ଏବଂ ଜନସେବା ସହିତ ଜଡିତ ପ୍ରାୟ ସମସ୍ତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଅତିଥିମାନେ ଧିରୁଭାଇ ଅମ୍ବାନୀ ସ୍କୋୟାର ଦେଇ ଜିଓ ୱାର୍ଲ୍ଡ ସେଣ୍ଟରର ଗ୍ରାଣ୍ଡ ଥିଏଟରରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ଅରଙ୍ଗେତ୍ରମ ହେଉଛି ଏକ ମୁହୂର୍ତ୍ତ ଯେତେବେଳେ ଜଣେ ଯୁବ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପ୍ରଥମ ଥର ପାଇଁ ମଞ୍ଚରେ ନୃତ୍ୟ ପରିବେଷଣ କରନ୍ତି । ତାଙ୍କର ବହୁ ବର୍ଷର ପରିଶ୍ରମକୁ ସେ ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରନ୍ତି । ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବା ଏବଂ ଅନ୍ୟମାନଙ୍କୁ ତାଲିମ ଦେବା ପାଇଁ ଏହି ଶବ୍ଦ ନୃତ୍ୟଶିଳ୍ପୀଙ୍କ ସ୍ନାତକୋତ୍ତରକୁ ମଧ୍ୟ ସୂଚିତ କରିଥାଏ ।
ନୀତା ଅମ୍ବାନିଙ୍କ ପରେ ଅମ୍ବାନି ପରିବାରରେ ରାଧିକା ଦ୍ବିତୀୟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଭାବେ ସାମିଲ ହେବେ । ନୀତା ଅମ୍ବାନି ନିଜେ ଜଣେ ତାଲିମପ୍ରାପ୍ତ ଭରତନାଟ୍ୟମ ନୃତ୍ୟଶିଳ୍ପୀ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସେଠାରେ ଉପସ୍ଥିତ ଅତିଥିମାନେ ରାଧିକାଙ୍କୁ ପ୍ରଶଂସା କରିଥିଲେ ।












Click it and Unblock the Notifications