ଆମାଜନରୁ ଗୋବର ଘସି କିଣି ଖାଇଲେ ଗ୍ରାହକ, ରିଭ୍ୟୁ ଦେଲେ ଏମିତ...
ଜଣେ ବ୍ୟକ୍ତି ଆମାଜନରୁ ଗୋବର ଘଷି କିଣିଥିଲେ । ପରେ ଏହାକୁ ସେ ଖାଇଥିଲେ । ତେବେ ମଜାଦାର କଥା ହେଉଛି ଖାଇବା ପରେ ସେ ଆମାଜନ ସାଇଟରେ ପ୍ରଡକ୍ଟର ରିଭ୍ୟୁ ଦେଇଛନ୍ତି ।
ନୂଆଦିଲ୍ଲୀ: ଆପଣ ଶୁଣିଥିବେ, ଅନଲାଇନରୁ ଜିନିଷ କିଣି ଠକାମୀର ଶିକାର ହେବା । ହେଲେ ଏଠି ଏମିତି ଜଣେ ଅନଲାଇନ ଗ୍ରାହାକଙ୍କ କାହଣୀ କହିବୁ, ଯିଏ ଠକାମୀ ନୂହେଁ ମୁର୍ଖାମୀ କରିଛନ୍ତି । ଆଉ ଏହା ପରେ ସେ ସାମାଗ୍ରୀର ରିଭ୍ୟୁ ମଧ୍ୟ ଉକ୍ତ ଅନଲାଇନ ସାଇଟକୁ ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜଣେ ବ୍ୟକ୍ତି ଆମାଜନରୁ ଗୋବର ଘସି କିଣିଥିଲେ । ପରେ ଏହାକୁ ସେ ଖାଇଥିଲେ । ତେବେ ମଜାଦାର କଥା ହେଉଛି ଖାଇବା ପରେ ସେ ଆମାଜନ ସାଇଟରେ ପ୍ରଡକ୍ଟର ରିଭ୍ୟୁ ଦେଇଛନ୍ତି । ଜଣେ ଟ୍ୱିଟର ବ୍ୟବହାରକାରୀ ଏହାର ସ୍କ୍ରିନସଟ ପୋଷ୍ଟ ଲେଖିଛନ୍ତି, ୟେ ମେରା ଇଣ୍ଡିଆ, ମହାନ ଇଣ୍ଡିଆ । ଆଇ ଲଭ ମାଇଁ ଇଣ୍ଡିଆ ।

ଉଲ୍ଲେଖଥାଉ କି, ଆମଜନ ଅନଲାଇନ ସପିଂ ସାଇଟରେ ପୂଜା ସାମାଗ୍ରୀ ଭାବରେ ଗୋବର ଘସି ବିକ୍ରି କରାଯାଉଛି । ଯାହାର ମୂଲ୍ୟ 199 ଟଙ୍କା ଆମାଜନ ରଖିଛି । ତେବେ ପ୍ରଡକ୍ଟର ଡେସ୍କ୍ରିବସନରେ ଏହା ପୂଜା ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକଳାପ ପାଇଁ ବୋଲି ଆମାଜନ ଲେଖିଛି । ମାତ୍ର ଏହା ସତ୍ବେ ଗ୍ରାହକ ଜଣଙ୍କ ଏହାକୁ କିଣି ଖାଇଥିଲେ । ତେବେ ଗ୍ରାହକ ଜଣଙ୍କ ପରିଚୟ ସେଠାରେ ଉଲ୍ଲେଖ ହୋଇନାହିଁ ।












Click it and Unblock the Notifications