ଆମାଜନ ଆଣିଲା ନୂଆ ସେବା, ଏବେ ଘରେ ରହି କରିପାରିବେ ରକ୍ତ ପରୀକ୍ଷା, ଆଉ ମିଳିବ ରିପୋର୍ଟ

ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏକ ନୂଆ ସେବା ଆଣିଛି । ଗତ ରବିବାର ଦିନ ଆମାଜନ ଭାରତରେ ଘରୋଇ ଡାଇଗ୍ନୋଷ୍ଟିକ୍ ସେବା Amazon Diagnostics ଆରମ୍ଭ କରିଛି। ଏହା ଗ୍ରାହକମାନଙ୍କୁ ଘରେ ବସି ଲ୍ୟାବ ଟେଷ୍ଟ ବୁକ୍ କରିବା, ଆପଏଣ୍ଟମେଣ୍ଟ ସୂଚୀବଦ୍ଧ କରିବା ଏବଂ ଲ୍ୟାବ ପରୀକ୍ଷା ଟ୍ରାକ୍ କରିବା ପାଇଁ ଅନୁମତି ଦିଏ। ଏହା ବ୍ୟତୀତ, ଗ୍ରାହକମାନେ ଆମାଜନ ଆପ୍ ମାଧ୍ୟମରେ ଡିଜିଟାଲ୍ ରିପୋର୍ଟ ପାଇପାରିବେ।

Amazon

ଆମାଜନ କହିଛି ଯେ, କମ୍ପାନୀ ଅରେଞ୍ଜ ହେଲ୍ଥ ଲ୍ୟାବ୍ସ ସହିତ ସହଭାଗୀତାରେ ଏହି ସେବା ପ୍ରଦାନ କରୁଛି। ଆମାଜନ ଡାଇଗ୍ନୋଷ୍ଟିକ୍ସ ସହିତ,ଗ୍ରାହକମାନେ ଛଅଟି ସହରରେ ୪୫୦ ରୁ ଅଧିକ ପିନ୍ କୋଡ୍ ରୁ ସହଜରେ ୮୦୦ରୁ ଅଧିକ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ବୁକ୍ କରିପାରିବେ। ୧ ଘଣ୍ଟା ସମୟ ମଧ୍ୟରେ ଘରୁ ରୋଗୀଙ୍କ ଠାରୁ ନମୁନା ସଂଗ୍ରହ କରି ରି ୬ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବ।

ପ୍ରାରମ୍ଭିକ ଭାବରେ ଏହି ସେବା ଦିଲ୍ଲୀ, ଗୁରୁଗ୍ରାମ,ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରେ ଉପଲବ୍ଧ ହେବ। ଏହି ସୁବିଧା ସହିତ ଆମାଜନ ଏବେ ଏହାର ବିଦ୍ୟମାନ ଫାର୍ମାସି ଏବଂ କ୍ଲିନିକ୍ ସର୍ଭିସକୁ ଆମାଜନ ମେଡିକାଲ ଭିତରେ ଇଣ୍ଟିଗ୍ରେଟ କରିଛି।

Amazon Pharmacy ସହିତ, ଗ୍ରାହକଙ୍କୁ ପ୍ରେସକ୍ରିପସନ୍ ମେଡିକେସନ ଏବଂ ସ୍ୱାସ୍ଥ୍ୟ ଆବଶ୍ୟକୀୟ ସାମଗ୍ରୀର ସୁବିଧା ମିଳିବ । ଏଥିସହ ପ୍ରାଇମ୍ ଏବଂ ନନ୍-ପ୍ରାଇମ୍ ସଦସ୍ୟଙ୍କ ପାଇଁ ମାଗଣା ଟେଲିମେଡିସିନ୍ ପରାମର୍ଶ ସେବା ଏବଂ ଡେଲିଭରି ସୁବିଧା ରହିବ। ଆମାଜନ କ୍ଲିନିକ୍ ଏକ ସହଜ ଡିଜିଟାଲ ଅଭିଜ୍ଞତା ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପାଇଁ ଗ୍ରାହକମାନଙ୍କୁ ଲାଇସେନ୍ସପ୍ରାପ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାରେ ସାହାଯ୍ୟ କରେ ବୋଲି ଆମାଜନ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+