Get Updates
Get notified of breaking news, exclusive insights, and must-see stories!

ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ

Amarnatha Yatra 2023:ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସୂଚନା ଅନୁସାରେ, ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯାତ୍ରା । ଚଳିତ ବର୍ଷ ୬୨ ଦିନ ଧରି ଦକ୍ଷିଣ କାଶ୍ମୀରରେ ଥିବା ଗୁମ୍ଫାକୁ ଯାଇ ଶ୍ରଦ୍ଧାଳୁମାନେ କରିପାରିବେ ଦର୍ଶନ ।

କିପରି କରିବେ ପଞ୍ଜୀକରଣ
ଚଳିତ ଥର ଅମରନାଥଙ୍କ ଦର୍ଶନ କରିବା ପାଇଁ ହେଲେ ଶ୍ରଦ୍ଧାଳୁମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କରିପାରିବେ ପଞ୍ଜୀକରଣ । ଏପ୍ରିଲ ୧୭ରୁ ଏନେଇ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆଜି ନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ।

Amarnath Yatra

ସେ ଆହୁରି କହିଛନ୍ତି ଯେ, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତା ଶାହା ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି । ସେହିପରି ଶ୍ରଦ୍ଧାଳୁ ଓ ସେବା ପ୍ରଦାନକାରୀ ଲୋକଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ ।

amar nath

ତେବେ ସୁରକ୍ଷିତ ଯାତ୍ରା ପାଇଁ ଟେଲିକମ ସେବାକୁ ଅଧିକ ଗୁରୁତ୍ୱ ଦିଆଯିବ । ବିଜୁଳି ବ୍ୟବସ୍ଥା ଠାରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବ । ତେବେ ଚଳିତ ଥର ଭଲ ଭାବରେ ଯାତ୍ରା ଶେଷ କରିବା ପାଇଁ ସମସ୍ତଙ୍କର ପ୍ରଥମ ଓ ମୁଖ୍ୟ ଲକ୍ଷ ବୋଲି ସେ କହିଛନ୍ତି । ଏଥର ମଧ୍ୟ ପାହାସଗାମ ଓ ଗଣ୍ତେରବାଲ ଜିଲ୍ଲା ସ୍ଥିତ ବାଲଟାଲ ଟ୍ରାକରୁ ହିଁ ଯାତ୍ରା ଆରମ୍ଭ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+