ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର,ଏପ୍ରିଲ ୧୪ରୁ ଆରମ୍ଭ ପ୍ରି-ରେଜିଷ୍ଟ୍ରେସନ

ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ପ୍ରି ରେଜିଷ୍ଟ୍ରେସନ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ଯାଏଁ ଚାଲିବ । ଏଥିପାଇଁ ପ୍ରି ରେଜିଷ୍ଟ୍ରେସନ ୧୪ ଏପ୍ରିଲରୁ ଆରମ୍ଭ ହେବ । ରେଜିଷ୍ଟ୍ରେସନ ପାଇଁ ସମଗ୍ର ଦେଶର ସମସ୍ତ ବ୍ୟାଙ୍କର ଅଧିକ୍ତ ଶାଖା ଏବଂ ହେଲଥ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଏବଂ ସ୍ଥାନୀୟ ହସପିଟାଲ ଏବଂ ଡାକ୍ତରଙ୍କ ଟିମ୍ ବିଷୟରେ ଖୁବଶୀଘ୍ର ସୂଚନା ଦିଆଯିବ ।

ବାବା ଅମରନାଥ ଧାମ ଯାତ୍ରା ସମ୍ପୂର୍ଣ୍ଣ ୩୮ ଦିନ ଧରି ଚାଲିବ। ଶ୍ରୀ ଅମରନାଥଜୀ ସାଇନ ବୋର୍ଡ ଭକ୍ତମାନଙ୍କ ପାଇଁ ସୁବିଧା ଏବଂ ନିର୍ଦ୍ଦେଶାବଳୀକୁ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ଅଛି। ସାଇନ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଅମରନାଥ ଆସୁଥିବା ତୀର୍ଥଯାତ୍ରୀମାନେ ଏପ୍ରିଲ ୧୪ରୁ ପ୍ରାକ୍-ପଞ୍ଜିକରଣ କରିପାରିବେ।

amarnath yatra
ଯେଉଁ ତୀର୍ଥଯାତ୍ରୀମାନେ ଦଳବଦ୍ଧ ଭାବରେ ବାବା ଅମରନାଥଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପୃଥକ ନିର୍ଦ୍ଦେଶାବଳୀ ଜାରି କରାଯିବ। ହେଲିକପ୍ଟରରେ ଅମରନାଥ ଧାମ ତୀର୍ଥଯାତ୍ରାଙ୍କ ପାଇଁ ବୁକିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏହି ଯାତ୍ରା ଆରମ୍ଭ ହେବାକୁ ଆହୁରି ସମୟ ବାକି ଅଛି।

ଚଳିତ ବର୍ଷ ଅମରନାଥ ଧାମ ଯାତ୍ରା ଜୁଲାଇ ୩ରେ ଅନନ୍ତନାଗ ଜିଲ୍ଲାର ପହଲଗାମ ରୁଟ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲଟାଲ ରୁଟ୍ ଉଭୟ ରୁଟ୍ ଦେଇ ଏକକାଳୀନ ଆରମ୍ଭ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+