ଖରାପ ପାଗ ପାଇଁ ସାମୟିକ ଭାବେ ସ୍ଥିଗିତ ହେଲା ଅମରନାଥ ଯାତ୍ରା

Amaranath Yatra Suspended: ଜାମ୍ମୁ କାଶ୍ମୀରରେ ଲଗାତାର ବର୍ଷା ପାଇଁ କର୍ତ୍ତୃପକ୍ଷ କ୍ରମାଗତ ତୃତୀୟ ଦିନ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଜାମ୍ମୁ-ଶ୍ରୀନଗର ରାଜପଥରେ ଥିବା ପନ୍ଥିଆଲ୍ ଟନେଲ୍ ନିକଟରେ ରାସ୍ତା ଧସେଇ ପଶିବା କାରଣରୁ ଏକ ଖାସ ସୃଷ୍ଟି ହୋଇ ରାଜପଥକୁ ଅବରୋଧ କରିଛି ।

ଯେଉଁଥି ପାଇଁ ଯାତାୟତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଜାମ୍ମୁର ଭଗବତୀ ନଗର ଯାତ୍ରି ନିୱାସରୁ କୌଣସି ଯାତ୍ରୀଙ୍କୁ ଉପତ୍ୟକା ଆଡକୁ ଯିବାକୁ ଅନୁମତି ଦିଆଯାଇ ନାହିଁ ।

Amarnath Yatra

ଯାତ୍ରାକୁ ସ୍ଥଗିତ କରାଯିବା ପରେ ପ୍ରାୟ ୬ ହଜାର ଶ୍ରଦ୍ଧାଳୁ ରାମବନରେ ଫଶି ରହିଥିବା ନେଇ ସୂଚନା ରହିଛି । ଯାତ୍ରୀଙ୍କର ଯେପରି କୌଣସି ସମସ୍ୟା ନ ହୁଏ ସେଇନେଇ ସଜାଗ ଅଛି ଜିଲ୍ଲା ପ୍ରଶାସନ । ବରିଷ୍ଠ ଅଧିକାରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଗୁରୁବାର ରାତିରୁ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଥିବାବେଳେ ମହାଗୁନ୍ ଟପ୍ ସମେତ ଅନେକ ଉଚ୍ଚ ଉଚ୍ଚତା ଏବଂ ଅମରନାଥ ଗୁମ୍ଫା ମନ୍ଦିର ପରିସରରେ ତୁଷାରପାତ ହୋଇଥିଲା।

ଜାମ୍ମୁ ଏବଂ ରାମବନ୍ ଜିଲ୍ଲାର ଯାତ୍ରି ନିୱାସରେ ପ୍ରାୟ ୬୦ ହାଜର ତୀର୍ଥଯାତ୍ରୀ, ସାମ୍ବାରେ ୧୨ ଶହ, କାଠୁଆ ଏବଂ ଉଦାମପୁର ଜିଲ୍ଲାରେ ୬୦୦ ଜଣ ତୀର୍ଥଯାତ୍ରୀ ଫସି ରହିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ରବିବାର ଦିନ ମଧ୍ୟ ଜାମ୍ମୁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିପାରେ ଏବଂ ଜାମ୍ମୁ ଡିଭିଜନର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+