ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା
ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା । ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅଗଷ୍ଟ ୩ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଠାରୁ ଏହି ଯାତ୍ରାରେ ରୋକ ଲଗାଇଯାଇଛି ।

ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଯାତ୍ରା ଶେଷ ହେବ । ତେବେ ବର୍ଷା ଓ ଭୂସ୍ଖଳନ ପାଇଁ ଜୁଲାଇ ୧୭ରେ ଯାତ୍ରା ବନ୍ଦ ରହିଥିଲା ।












Click it and Unblock the Notifications