Amarnath Yatra 2025 ;୫୨ ନୁହେଁ ୩୮ ଦିନ ହେବ ଯାତ୍ରା
ଚଳିତବର୍ଷ ଅମରନାଥ ଯାତ୍ରା ଅବଧିକୁ କମାଇ ଦିଆଯାଇଛି । ଚଳିତବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୩୮ ଦିନ ଯାଏଁ ଚାଲିବ । ଗତଥର ଅମରନାଥ ଯାତ୍ରା ୫୨ ଦିନ ଯାଏଁ ଚାଲିଥିଲା । କିନ୍ତୁ ଏଥର ଯାତ୍ରା ସମୟକୁ କମାଇ ଦିଆଯାଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ପବିତ୍ର ଯାତ୍ରା ସୁରକ୍ଷା ପାଇଁ ବଡ଼ ସିକ୍ୟୁରିଟି ପ୍ଲାନ କରାଯାଇଛି । ଏଥିରେ ସିଆରପିଏଫ, ଜମ୍ମୁ କଶ୍ମୀର ପୋଲିସ ଏବଂ ସେନା ସାମିଲ ରହିଛି ।
ସିଆରପିଏଫ ଏବଂ ଅର୍ଦ୍ଧ ସାମରିକ ବଳର ୫୮୧ କମ୍ପାନୀ ସୁରକ୍ଷାରେ ନିୟୋଜିତ ରହିବେ । ଏହାଛଡା ଜମ୍ମୁ କଶ୍ମୀର ପୋଲିସ ମଧ୍ୟ ରହିବ । ସମସ୍ତ ସିକ୍ୟୁରିଟି ରୁଟ୍କୁ ସିକ୍ୟୁରିଟି ଅଡିଟ ଏବଂ ଡିଜିଟାଲ ମ୍ୟାପିଂ କରାଯିବ । ସିଆରପିଏଫ ଡିଜି ନିଜେ ପହଲଗାମ ଯାଇ ସିକ୍ୟୁରିଟି ରିଭ୍ୟୁ କରିଛନ୍ତି । ପ୍ରତ୍ୟେକ ଯାତ୍ରୀ ଏବଂ ପୋନୀ ଚାଳକଙ୍କ ଡିଜିଟାଲ ପରିଚୟ ପତ୍ର ପ୍ରସ୍ତୁତ କରାଯିବ ବୋଲି ପ୍ଲାନ କରାଯାଇଛି ।

ଯାତ୍ରା କରୁଥିବା ବାଟରେ ଜାମର ରହିବ । ଏହାଦ୍ବାରା ଆଇଡି ବ୍ଲାଷ୍ଟ ଭଳି ଘଟଣା ରୋକାଯାଇପାରିବ । ସୁରକ୍ଷାକର୍ମୀଙ୍କ ପାଖରେ ସାଟେଲାଇଟ ଫୋନ ରହିବ । ଯାତ୍ରୀ ଏବଂ ଗାଡିରେ ରେଡିଓ ଫ୍ରିକୁଏନ୍ସୀ ପରିଚୟ ରହିବ ।
ତେବେ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଇ ୩୦ ତାରିଖରେ ସମସ୍ତ ସୁରକ୍ଷା ଏଜେନ୍ସୀ ସହିତ କଥାବାର୍ତ୍ତା କରିଥିଲେ । ଆଗାମୀ ଅମରନାଥ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications