Amarnath Yatra 2024: ଜୁନ୍ 29 ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, କେମିତି କରିବେ ପଞ୍ଜୀକରଣ... କଣ ରହିଛି ନିୟମ
Amarnath Yatra 2024: ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ଜୁନ୍ 29 ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ 19 ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା 19 ଜୁନ୍ ରେ ବାବା ଅମରନାଥଙ୍କ 'ପ୍ରଥମ ପୂଜା' ଆରମ୍ଭ ହୋଇଛି ।
ବାବା ବାର୍ଫାନୀଙ୍କୁ ପୂଜା କରିବା ପାଇଁ ହିନ୍ଦୁ ଭକ୍ତମାନଙ୍କ ମଧ୍ୟରେ ଶ୍ରୀ ଅମରନାଥ ଯାତ୍ରାର ମହତ୍ୱ ରହିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଜାମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିଥାନ୍ତି ।

ତେବେ ଏହି ଯାତ୍ରା କରିବାକୁ ଚାହୁଁଥିବା ଭକ୍ତଙ୍କୁ ଆଗୁଆ ପଞ୍ଜୀକଣ କରିବାକୁ ହେବ । ଆମେ ଆପଣଙ୍କୁ ଅମରନାଥ ଯାତ୍ରାର ତାରିଖ, ପଞ୍ଜୀକରଣ, ଭକ୍ତଙ୍କ ପାଇଁ ସମସ୍ତ ସୂଚନା ଦେବୁ ।
କେବେ ଆରମ୍ଭ ଅମରନାଥ ଯାତ୍ରା ?
29 ଜୁନ୍ ରୁ ଅମରନାଥ ଯାତ୍ରା 2024 ଆରମ୍ଭ ହେବ ଏବଂ 19 ଅଗଷ୍ଟ 2024 ପର୍ଯ୍ୟନ୍ତ ଚାଲିବ ।
କିପରି କରିବେ ପଞ୍ଜୀକରଣ ?
ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା 15 ଅପ୍ରେଲରୁ ଆରମ୍ଭ ହୋଇଛି । ପ୍ରଥମେ ପଞ୍ଜୀକରଣ କଲେ, ପ୍ରଥମେ ଦର୍ଶନ କରିବା ନୀତିରେ ଏହି ପଞ୍ଜୀକରଣ କରାଯାଉଛି । ଅଫିସିଆଲ୍ ୱେବସାଇଟ୍ jksasb.nic.in ରେ ଅନଲାଇନ୍ ପଞ୍ଜୀକରଣ କରାଯାଉଛି ।
କଣ ରହିଛି ପଞ୍ଜୀକରଣ ପ୍ରକ୍ରିୟା ?
- ସର୍ବପ୍ରଥମେ, ଅମରନାଥ ଯାତ୍ରା ପଞ୍ଜିକରଣ ପାଇଁ ଅଫିସିଆଲ୍ ୱେବସାଇଟ୍ jksasb.nic.in କୁ ଯାଆନ୍ତୁ ।
- ହୋମପେଜ୍ ରେ ଦିଆଯାଇଥିବା 'ରେଜିଷ୍ଟର' ଲିଙ୍କରେ କ୍ଲିକ୍ କରନ୍ତୁ ।
- ସମସ୍ତ ନିର୍ଦ୍ଦେଶନାମାକୁ ଭଲଭାବେ ପଢନ୍ତୁ ଏବଂ କ୍ଲିକ୍ କରିବା ପରେ ନାମ, ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରବେଶ କରନ୍ତୁ ।
- ଏହା ପରେ ନିଜର ବୈଧ ଫଟୋଗ୍ରାଫ୍, ଆଇଡି ପ୍ରୁଫ୍ ଏବଂ ମେଡିକାଲ୍ ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ହେବ ।
- ଏହା ପରେ ପଞ୍ଜୀକରଣ ଫର୍ମ ଦାଖଲ କରନ୍ତୁ ।
- ଏହା ପରେ Confirmation Page ଡାଉନଲୋଡ୍ କରନ୍ତୁ ଏବଂ ସେଥିରୁ ଏକ ପ୍ରିଣ୍ଟ୍ ବାହାର କରି ରଖନ୍ତୁ ।
- ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଆସିଥଇବା OTP ପ୍ରବେଶ କରନ୍ତୁ ।
- ଅନଲାଇନ୍ ରେ ଆବେଦନ ଶୁଳ୍କ ଦେବା ପରେ ଯାତ୍ରା ପାଇଁ ଅନୁମତି ପତ୍ର ଡାଉନଲୋଡ୍ କରନ୍ତୁ ।
କେତେ ଟଙ୍କା ରହିଛି ଆବେଦନ ଶୁଳ୍କ ?
ଅମରନାଥ ଯାତ୍ରା ପଞ୍ଜୀକରଣ ଶୁଳ୍କ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 150 ରୁ 250 ଟଙ୍କା ରହିଛି । ପଞ୍ଜୀକରଣ ସମୟରେ ବ୍ୟାଙ୍କ ଶାଖା ମାଧ୍ୟମରେ ପଞ୍ଜୀକରଣ ଶୁଳ୍କ ପ୍ରଦାନ କରାଯାଇପାରିବ ।
ଆବଶ୍ୟକ ଏହି କାଗଜପତ୍ର
ଅମରନାଥ ଯାତ୍ରା ପଞ୍ଜିକରଣ ପାଇଁ ଜଣେ ପ୍ରାଧିକୃତ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ବୈଧ ସ୍ୱାସ୍ଥ୍ୟ ପ୍ରମାଣପତ୍ର (CHC) ବାଧ୍ୟତାମୂଳକ । ଏହା ସହ ଆଧାର କାର୍ଡ ଏବଂ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୈଧ ପରିଚୟ ପତ୍ର ଆବଶ୍ୟକ ହେବ ।
ଏହି ବୟସର ବ୍ୟକ୍ତି କରିପାରିବେ ଯାତ୍ରା
ଅମରନାଥ ଯାତ୍ରା ପଞ୍ଜୀକରଣ ପାଇଁ ବୟସ ସୀମା 13 ରୁ 70 ବର୍ଷ ହେବା ଆବଶ୍ୟକ । ଏଥି ସହିତ, ଛଅ ସପ୍ତାହ କିମ୍ବା ଅଧିକ ଦିନର ଗର୍ଭବତୀ ମହିଳାଙ୍କୁ ଅମରନାଥ ଯାତ୍ରା କରିବାକୁ ଅନୁମତି ଦିଆଯାଇନଥାଏ ।
-
ସରକାରୀ କର୍ମଚାରୀଙ୍କୁ ଚେତାବନୀ ସରକାରଙ୍କ ଚେତାବନୀ ,ବୃଦ୍ଧ ବାପାମା’ଙ୍କ ଯତ୍ନ ନନେଲେ କାଟିବେ ଦରମା -
ବିବାହ କରିବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧାଓ୍ୱନ, ସାର୍ବଜନୀନ କଲେ ନିର୍ବନ୍ଧ ମୁଦି -
ଭଙ୍ଗା ଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ -ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ -
ବୁଲା କୁକୁରକୁ ଖାଇବାକୁ ଦେଉଥିବା ଲୋକ ମଧ୍ୟ ଦାୟୀ,ମୃତାହତଙ୍କୁ କ୍ଷତିପୂରଣ ଦେବେ ରାଜ୍ୟ… -
ବଢୁଛି ହିଂସା, ଇରାନ କହିଲା ଆମେ ଶାନ୍ତି ପାଇଁ ପ୍ରସ୍ତୁତ -
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ ଅଶ୍ଳୀଳ ନୃତ୍ୟ..... -
ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ -
ଭୁବନେଶ୍ବର IIT କ୍ୟାମ୍ପସରେ ଦୁର୍ଘଟଣା; ଜଣେ ଛାତ୍ର ମୃତ -
ତୃତୀୟ ସ୍ଥାନକୁ ଖସିଲା ଭାରତ, କମିଲା ରୁଷ ତେଲ ଆମଦାନୀ -
୧୭ ତାରିଖ ଯାଏଁ ଶୀତ -
ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ଅର୍ପିତା ଓ ସୋମେଶଙ୍କୁ ଜେରା -
ପ୍ରସ୍ତୁ ହେଲା ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ, କଲି କରିବେ ପ୍ରବେଶ












Click it and Unblock the Notifications