Amarnath Yatra 2024: ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଦିବ୍ୟ ଦର୍ଶନ ଦେବେ ମହାଦେବ
Amarnath Yatra 2024: ଅମରନାଥଙ୍କ ଯାତ୍ରା ଜୁନ୍ ୨୨ ଅର୍ଥାତ୍ ଶନିବାର ଠାରୁ ଜାମ୍ମୁ କାଶ୍ମୀରରେ ଆରମ୍ଭ ହେବାକୁ ଯାଉଛି । ଆଷାଢ ପୂର୍ଣ୍ଣିମା ଠାରୁ ଆରମ୍ଭ ହେଉଥିବା ଏହି ଯାତ୍ରାର ପୁରା ବର୍ଷ ଧରି ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ତେବେ ଚାଲନ୍ତୁ ଜାଣିବା କେତେ ଦିନ ଧରି ଭକ୍ତମାନେ ଅମରନାଥଙ୍କ ଦର୍ଶନ କରିପାରିବେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅମରନାଥଙ୍କ ଦର୍ଶନ ଆଷାଢ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଅର୍ଥାତ୍ ବାବା ଅମରନାଥ ଭକ୍ତମାନଙ୍କୁ ଦୁଇମାସ ଧରି ଦର୍ଶନ ଦେଇଥାନ୍ତି । ଭଗବାନ ଶିବଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଅମରନାଥ ଧାମ ଭଗବାନ ଶିବଙ୍କର ଦୁର୍ଲଭ ଏବଂ ପ୍ରାକୃତିକ ଦର୍ଶନ ପାଇଥାନ୍ତି ଭକ୍ତମାନେ । ତେବେ ଅମରନାଥଙ୍କ ପବିତ୍ର ଦର୍ଶନ ପାଇଁ କେବେଠାରୁ ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି ତାହାକ କୌଣସି ଲିଖିତ ପ୍ରମାଣ ନାହିଁ ।

ଅମରନାଥଙ୍କ ଗୁମ୍ଫାରେ ପ୍ରାକୃତିକ ଭାବେ ଶିବଲିଙ୍ଗା ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ହଜାର ହଜାର ଭକ୍ତ ଏଠାକୁ ବାବାଙ୍କ ଚମତ୍କାର ଦେଖିବାକୁ ପହଞ୍ଚିଥାନ୍ତି । Shrine Board ଦ୍ୱାରା ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ସେବାୟତମାନେ ମଧ୍ୟ ଭକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଲଙ୍ଗର ଆୟୋଜନ କରନ୍ତି । ପ୍ରବଳ ଥଣ୍ଡା ମଧ୍ୟରେ ଭକ୍ତମାନଙ୍କୁ ଏଠାରେ ପରିଦର୍ଶନ କରିବାକୁ ପଡିଥାଏ । ସେହିପରି ସମୟ ସମୟ ଏଠାରେ ବରଫ କଢାଯାଇଥାଏ । ଯାହା ଦ୍ୱାରା ଶ୍ରଦ୍ଧାଳୁ ଭଲ ଭାବେ ଦର୍ଶନ କରିପାରନ୍ତି ।
ଅମରନାଥ ଗୁମ୍ଫାରେ ପ୍ରଥମେ ବରଫର ଏକ ଛୋଟ ଆକୃତି ସୃଷ୍ଟି ହୁଏ, ଯାହା 15 ଦିନ ମଧ୍ୟରେ ଏହାର ଉଚ୍ଚତା ଧିରେ ଧିରେ ବଢିଥାଏ । 15 ଦିନ ପରେ ଏହି ଶିବଲିଙ୍ଗର ଉଚ୍ଚତା ଖୁବ୍ ଅଧିକ ବୃଦ୍ଧି ପାଇଥାଏ । ସେହିପରି ଧିରେ ଧିରେ ଚନ୍ଦ୍ରର ଆକାର ହ୍ରାସ ହେବା ସହିତ ଶିବଲିଙ୍ଗର ଉଚ୍ଚତା ମଧ୍ୟ କମିବା ଆରମ୍ଭ କରିଥାଏ ଏବଂ ଯେତେବେଳେ ଚନ୍ଦ୍ର ଅଦୃଶ୍ୟ ହୁଏ, ଶିବଲିଙ୍ଗ ମଧ୍ୟ ଅଦୃଶ୍ୟ ହୋଇଯାଇଥାଏ । ଯେ ମାନ୍ୟତା ରହିଛି 15ତମ ଶତାବ୍ଦୀରେ ଜଣେ ମୁସଲମାନ ମେଷପାଳକ ଏହି ଗୁମ୍ଫାକୁ ଆବିଷ୍କାର କରିଥିଲେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications