ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା
ଶ୍ରୀନଗର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।
ପଞ୍ଜୀକୃତ କରିଥିବା ଶ୍ରଦ୍ଧାଳୁମାନେ 'ବମ୍ ବମ୍ ଭୋଲେ' ଏବଂ ' ଜୟ ଶିବ ଶମ୍ଭୁ' ସ୍ଲୋଗାନ ଦେଇ ବସ୍ରେ ପ୍ରବେଶ କରିଥିଲେ । ପ୍ରଥମ ବ୍ୟାଚରେ ୨ଟି ମାର୍ଗରେ ୪ ହଜାର ୬୦୩ ତୀର୍ଥଯାତ୍ରୀ ଅମରନାଥଙ୍କ ଦର୍ଶନ ନିମନ୍ତେ ବାହାରି ଯାଇଛନ୍ତି । କଡା ସୁରକ୍ଷା ଓ ବ୍ୟାପକ ବ୍ୟବସ୍ଥା ମଧ୍ୟରେ ଯାତ୍ରୀମାନେ ପହଲଗାମ-ନୁନ୍ୱାନ ଓ ବାଲଟାଲ ୨ଟି ମାର୍ଗରୁ ବାହାରିଛନ୍ତି ।

ହିମାଳୟରେ ଅବସ୍ଥିତ ମହାପ୍ରଭୁ ହିମସ୍ୱରୂପ ଶିବଲିଙ୍ଗ ରୂପର ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ୫୨ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ । ଅମରନାଥଙ୍କ ଦର୍ଶନ ଆଷାଢ ପୂଣ୍ଡିମାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଅର୍ଥାତ୍ ବାବା ଅମରନାଥ ଭକ୍ତମାନଙ୍କୁ ଦୁଇମାସ ଧରି ଦର୍ଶନ ଦେଇଥାନ୍ତି ।
ଭଗବାନ ଶିବଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଅମରନାଥ ଧାମ ଭଗବାନ ଶିବଙ୍କର ଦୁର୍ଲଭ ଏବଂ ପ୍ରାକୃତିକ ଦର୍ଶନ ପାଇଥାନ୍ତି ଭକ୍ତମାନେ । ଆଜିଠୁ ଆରମ୍ଭ ହୋଇଥିବା ଯାତ୍ରା ଅଗଷ୍ଟ ୧୯ରେ ଶେଷ ହେବା ମୋଟ ୫୨ ଦିନର ଅମରନାଥ ଯାତ୍ରା ।












Click it and Unblock the Notifications