Get Updates
Get notified of breaking news, exclusive insights, and must-see stories!

ଅମରନାଥ ଯାତ୍ରା : ଜମ୍ମୁ କ୍ୟାମ୍ପରୁ ଯାତ୍ରା ଆରମ୍ଭ କଲେ ଶ୍ରଦ୍ଧାଳୁ

ସ୍ବାଭାବିକ ହେଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଫ୍ଲାସ ଫ୍ଲଡ ଯୋଗୁଁ 3 ଦିନ ବନ୍ଦ ରହିଥିଲା ଦର୍ଶନ। ଆଜି 7 ହଜାର ଶ୍ରଦ୍ଧାଳୁ ବାବାଙ୍କ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି । ଶ୍ରଦ୍ଧାଳୁମାନେ ଜମ୍ମୁ ଉପକଣ୍ଠ ଭଗବତୀ ନଗର ବେସ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଛ

ଶ୍ରୀନଗର: ସ୍ବାଭାବିକ ହେଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଫ୍ଲାସ ଫ୍ଲଡ ଯୋଗୁଁ 3 ଦିନ ବନ୍ଦ ରହିଥିଲା ଦର୍ଶନ। ଆଜି 7 ହଜାର ଶ୍ରଦ୍ଧାଳୁ ବାବାଙ୍କ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି । ଶ୍ରଦ୍ଧାଳୁମାନେ ଜମ୍ମୁ ଉପକଣ୍ଠ ଭଗବତୀ ନଗର ବେସ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଛନ୍ତି ।

amarnath

ଏହି ତୀର୍ଥଯାତ୍ରୀଙ୍କ ବ୍ୟାଚଟି ଚଳିତ ବର୍ଷ ଯାତ୍ରାର 13ତମ ବ୍ୟାଚ । ଏଠାରେ ହୋଇଥିବା ଜଳ ପ୍ରଳୟ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ବାଧା ସୃଷ୍ଟି କରିଥିଲା। ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରୀମାନଙ୍କୁ 265 ଗାଡିରେ ଦୁଇଟି ଭିନ୍ନଭିନ୍ନ ନିର୍ଦ୍ଧାରିତ ମାର୍ଗ ଦେଇ ଯାତ୍ରା ପାଇଁ ଅନୁମତି ମିଳିଛି। ପହଲଗାମ ଓ ବାଲତଲ ଦେଇ ଶ୍ରଦ୍ଧାଳୁମାନେ ଯାତ୍ରା କରୁଥିବା ଜମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ବାଲତାଲ ମାର୍ଗ ଦେଇ 1,949 ଜଣ ପଞ୍ଜୀକୃତ ଶ୍ରଦ୍ଧାଳୁ 98 ଗାଡି ମାଧ୍ୟମରେ ଯାତ୍ରା କରିଥିବା ବେଳେ, ପେହଲଗାମ ମାର୍ଗ ଦେଇ 5,158 ଯାତ୍ରୀ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଯାତ୍ରା ଆରମ୍ଭରୁ ଏବେ ସୁଦ୍ଧା ମୋଟ 76,662 ତୀର୍ଥଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ଭିଡ ହ୍ରାସ, ଟ୍ରାଫିକ ଓ ଦର୍ଶନ ବ୍ୟବସ୍ଥିତ ଭାବେ ସାରିବା ପାଇଁ ଗୋଟିଏ ଦିନରେ ଦର୍ଶନ ସାରି ଶ୍ରଦ୍ଧାଳୁ ଫେରିବା ପାଇଁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+