ଅମରନାଥ ଯାତ୍ରା ବେଳେ ଅଘଟଣ:ପୁଣି ଗଲା ୨ ଜୀବନ, ଯିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି କଥା
Amarmath Yatra News: ଅମରନାଥ ଯାତ୍ରା ବେଳେ ଅଘଟଣ । ଦକ୍ଷିଣ କାଶ୍ମୀର ହିମାଚଳ ପ୍ରଦେଶରେ ଚଳିତ ବର୍ଷ ତୀର୍ଥଯାତ୍ରା ସମୟରେ ଶନିବାର ଦିନ ଦୁଇ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଶନିବାର ଦିନ ମୃତ୍ୟୁବରଣ କରିଥିବା ଦୁଇ ଯାତ୍ରୀଙ୍କୁ ପରିଚୟ ମିଳିଛି ଉଭୟ ରାଜସ୍ଥାନର ବୋଲି ସୂଚନା ରହିଛି । ମୃତ ବରଣ କରିଥିବା ଦୁଇ ତୀର୍ଥଯାତ୍ରୀଙ୍କ ନାଁ ହେଲା ଫତେହ ଲାଲ ମାନରିଆ ଏବଂ ମଙ୍ଗି ଲାଲ ଉଭୟଙ୍କ ବୟସ ପ୍ରାୟ 60 ବର୍ଷ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ଦିନ ତୀର୍ଥଯାତ୍ରୀଙ୍କ ସଂଖ୍ୟା ତିନି ଲକ୍ଷ ଅତିକ୍ରମ କରିଥିଲା । ଏପର୍ଯ୍ୟନ୍ତ 3,07,354 ତୀର୍ଥଯାତ୍ରୀ ଅମରନାଥ ଯାତ୍ରା କରିଛନ୍ତି, ଖରାପ ପାଗ ସତ୍ତ୍ୱେ ଶୁକ୍ରବାର ଦିନ 13,797 ତୀର୍ଥଯାତ୍ରୀ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କୁ ଯାତ୍ରା ସମୟରେ ବିଭିନ୍ନ ସେବା ଯୋଗାଇ ଦିଆଯାଏ । ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥାଏ ହେଲେ ଯାତ୍ରା ସମୟରେ ଉଚ୍ଚତାରେ କମ୍ ଅମ୍ଳଜାନ ଯୋଗୁଁ ଅନେକ ଲୋକ ମୃତ୍ୟୁ ବରଣ କରିଥାନ୍ତି ।

ଅମରନାଥ ଯାତ୍ରା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା
ଅମରନାଥ ଯାତ୍ରାରେ 70 ବର୍ଷରୁ ଅଧିକ ଓ ଛୋଟ ପିଲାଙ୍କୁ ସାଥିରେ ନିଅନ୍ତୁ ନାହିଁ । ଏହା ସହିତ ଗରମ ପୋଷାକ, ୱାଟରପ୍ରୁଫ୍ ଟ୍ରେକିଂ ଜୋତା, ରେନକୋଟ୍ ସାଥିରେ ନେବା ପାଇଁ ଭୁଲନ୍ତୁ ନାହିଁ ।
ସୂଚନାଥାଉ ଯେ, ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ପଥର ଖସି ପଡିବାରୁ ଗତ ସପ୍ତାହରେ ଜଣେ ୫୩ ବର୍ଷୀୟା ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁ-କାଶ୍ମୀର ଅନନ୍ତନାଗ ଅଞ୍ଚଳରେ ଏପରି ଅଘଟଣା ଘଟିଥିଲା । ଅମରାଥ ଗୁମ୍ଫା ଅଭିମୁଖେ ଯାତ୍ରା କରୁଥିବା ସମୟରେ ହଠାତ୍ ପଥର ଖସି ତାଙ୍କ ଉପରେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିସଲା।












Click it and Unblock the Notifications