ଅମାନିଆ ଦିଲ୍ଲୀବାସୀ ; ମାନୁନାହାନ୍ତି କଟକଣା, ଅଣାୟାତ ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣରେ ରୁନ୍ଧି ହୋଇଗଲାଣି ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ମଧ୍ୟ ହ୍ରାସ ପାଇଛି । ଅତିରୁ ଅତି ଖରାପ ରହିଛି ବାୟୁ ଗୁଣବତ୍ତା । ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୩୫୦ ପାର ଥିଲା । କେତେକ ସ୍ଥାନରେ ଏହା ଯଥେଷ୍ଟ ଅଧିକ ରହିଥିଲା । ଇଣ୍ଡିଆ ଗେଟ୍, କର୍ତ୍ତବ୍ୟ ପଥ ଓ ରାଷ୍ଟ୍ରପତି ଭବନ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ୩୫୦ ଉପରେ ଏକ୍ୟୁଆଇ ରେକର୍ଡ କରାଯାଇଛି ।

air pollution

ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ନୋଏଡ଼ାରେ ଏକ୍ୟୁଆଇ ୩୬୭ ଓ ଗାଜିଆବାଦରେ ଏକ୍ୟୁଆଇ ଆଜି ସକାଳେ ଏକ୍ୟୁଆଇ ଥିଲା ୩୫୦ । ପ୍ରଦୂଷଣ ହ୍ରାସ ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ- ଗ୍ରାପ୍- ୪ ଲାଗୁ କରାଯିବା ସହିତ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରାଯାଉଛି । କୁହୁଡ଼ି ଓ ଖରାପ ପାଗ ଯୋଗୁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏତିକି ହି ନୁହେଁ ପ୍ରଦୂଷଣ ହ୍ରାସ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହା ସହ ଗ୍ରାପ୍- ୪ ଲାଗୁ ସହିତ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ। ସେପଟେ ପ୍ରଦୂଷଣ ପାଇଁ ଗାଡ଼ି ଚଳାଚଳ ଓ ନିର୍ମାଣ କାମ ଉପରେ କଟକଣା ରହିଛି । ସବୁଠାରୁ ବଡ କଥା କିଛିଦିନ ହେଲା ଲୋକଙ୍କୁ ନାକେଦମ୍ କଲାଣି ଦିଲ୍ଲୀ ସ୍ଥିତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+