ଖାନୱିଲକର ହେଲେ ଦେଶର ଦ୍ୱିତୀୟ ଲୋକପାଳ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଜୟ ମାଣିକରାଓ ଖାନୱିଲକରଙ୍କୁ ଲୋକପାଳର ଚେୟାରମ୍ୟାନ ଭାବରେ ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ ଖାନୱିଲକର ଚଳିତ ବର୍ଷ ଫେବୃଆରୀର ଶେଷ ସପ୍ତାହରେ ଲୋକପାଳର ଚେୟାରମ୍ୟାନ ଭାବରେ ମନୋନୀତ ହୋଇଥିଲେ ।

ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକପାଳର ଅଧ୍ୟକ୍ଷ ଭାବରେ ଖାନୱିଲକରଙ୍କୁ ଶପଥ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ଧରି ଲୋକପାଳଙ୍କ ପଦ ଖାଲି ପଡିଥିଲା । ଗତ ବର୍ଷ ସେପ୍ଟେମ୍ବରରୁ ଦେଶର ଦୁର୍ନୀତି ନିବାରଣ ସଂସ୍ଥାର ମୁଖ୍ୟ ପଦ ପାଇଁ ଅନେକ ନାମ ଦୌଡରେ ଥିଲା । କିନ୍ତୁ ଶେଷରେ ଖାନୱିଲକରଙ୍କ ନାମରେ ସହମତି ପ୍ରକାଶ ପାଇଲା ।

AM Khanwilkar

ସୂଚନାଯୋଗ୍ୟ, ୨୭ ମଇ୨୦୨୨ରେ ପିନାକି ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଲୋକପାଳ ପଦ ଖାଲି ପଡିଥିଲା । ୨୦୨୨ ପରଠାରୁ ଲୋକପାଳ ବିନା ଦେଶ କାର୍ଯ୍ୟ କରୁଥିଲା । ଆପଣଙ୍କୁ କହିରଖୁଛୁ ଯେ ଭାରତର ଆଇନ ଆୟୋଗର ଚେୟାରମ୍ୟାନ ତଥା କର୍ନାଟକ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରିତୁ ରାଜ ଆୱସ୍ତି, ହିମାଚଳ ପ୍ରଦେଶ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଲିଙ୍ଗପ୍ପା ନାରାୟଣ ସ୍ୱମୀ ଏବଂ ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସଞ୍ଜୟ ଯାଦବଙ୍କୁ ଲୋକପାଳ ପାଇଁ ମନୋନୀତ କରାଯାଇଥିଲା ଗତ ମାସରେ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ଜଷ୍ଟିସ୍ ଖାନୱିଲକର ୧୩ ମଇ ୨୦୧୬ ରୁ ୨୯ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ଳ ଯାହା ମଧ୍ୟରେ ରହିଛି ପିଏମଏଲଏ, ବିଦେଶୀ ଯୋଗଦାନ, ଏହାସହ ସମଲିଙ୍ଗୀ ବିବାହ ଉପରେ ରାୟ ଶୁଣାଇ ସେ ଚର୍ଚ୍ଚାକୁ ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+