Get Updates
Get notified of breaking news, exclusive insights, and must-see stories!

14 ଦିନିଆ ନ୍ୟାୟିକ ହାଜତକୁ ଗଲେ ଜୁବୈର୍‌

ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈର୍‌ଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ଉତ୍ତର ପ୍ରଦେଶର ମହମ୍ମଦି ସେସନ୍‌ କୋର୍ଟ । ବିବାଦୀୟ ଟ୍ବିଟ୍‌ କରି ଗିରଫ ହୋଇଛନ୍ତି ଜୁବୈର ।

ଲକ୍ଷ୍ନୌ: ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈର୍‌ଙ୍କୁ 14 ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ଉତ୍ତର ପ୍ରଦେଶର ମହମ୍ମଦି ସେସନ୍‌ କୋର୍ଟ । ବିବାଦୀୟ ଟ୍ବିଟ୍‌ କରି ଗିରଫ ହୋଇଛନ୍ତି ଜୁବୈର । ସୋମବାର ତାଙ୍କୁ ସୀତାପୁର ଜେଲ୍‌ରୁ ଭିଡିଓ କନ୍‌ଫରେସିଂ ମାଧ୍ୟମରେ କୋର୍ଟଙ୍କ ନିକଟରେ ହାଜର କରାଯାଇଥିଲା ।

md zubair

ଏହି ମାମଲାରେ ଆଗାମୀ ଶୁଣାଣି ଜୁଲାଇ 25 ତାରିଖରେ କରାଯିବ । ସେପଟେ ତାଙ୍କ ଜାମିନ ଆବେଦନ ଓ ପୋଲିସର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଜୁଲାଇ 13 ତାରିଖରେ ହେବ ।

2021ରେ ଏକ ବିବାଦୀୟ ଟ୍ବିଟ୍‌କୁ ନେଇ ଏକ ଘରୋଇ ଚ୍ୟାନେଲର ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ । ସେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜାଇବା ପାଇଁ ଜୁବୈର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ ତାଙ୍କୁ ବିନା ନୋଟିସରେ ଗିରଫ କରାଯାଇଥିବା ଜୁବୈର ପ୍ରଥମେ ଅଭିଯୋଗ କରିଥିଲେ। ତାଙ୍କ ଗିରଫଦାରୀ ସମ୍ପର୍କରେ ଅଲ୍ଟନ୍ୟୁଜ୍ ସହ-ପ୍ରତିଷ୍ଠାତା ପ୍ରତୀକ ସିହ୍ନା କହିଛନ୍ତି ଯେ ମହମ୍ମଦ ଜୁବୈରଙ୍କୁ ଅଲଗା ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ଡକାଯାଇଥିଲା, କିନ୍ତୁ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+