କପିଲ ଶର୍ମାଙ୍କ ସହିତ ଏହି ସବୁ ଅଭିନେତାଙ୍କୁ ପାକିସ୍ତାନରୁ ଆସିଲା ହତ୍ୟା ଧମକ
ହାସ୍ୟାଭିନେତା କପିଲ ଶର୍ମାଙ୍କ ସମେତ ଅଭିନେତା ରାଜପାଲ ଯାଦବ ଏବଂ କୋରିଓଗ୍ରାଫର ରେମୋ ଡିସୌଜାଙ୍କୁ ହତ୍ୟା ଧମକ ମିଳିଛି। ପାକିସ୍ତାନରୁ ମେଲ୍ ଜରିଆରେ ଏହି ଧମକ ଦିଆଯାଇଛି।

ଏହା ସହିତ ଏହି ସେଲିବ୍ରିଟିମାନଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଏ ସମ୍ପର୍କରେ ଅଭିନେତା ରାଜପାଲ ଯାଦବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଧମକପୂର୍ଣ୍ଣ ମେଲରେ ବିଷ୍ଣ ନାମରେ ଦସ୍ତଖତ ରହିଛି। ପ୍ରାଥମିକ ତଦନ୍ତରୁ ମେଲଗୁଡ଼ିକ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି ବୋଲି ପୁଲିସ କହିଛି।
ସେହିପରି ଅଭିନେତ୍ରୀ ସୁଗନ୍ଧା ମିଶ୍ର ମଧ୍ୟ ଓସିୱାରା ଥାନାରେ ଅନୁରୂପ ଅଭିଯୋଗ ଆଣିଛନ୍ତି। ତାଙ୍କୁ ବି ହତ୍ୟା ଧମକ ମିଳିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।












Click it and Unblock the Notifications