ଅଲ୍ଲୁରୀ ସୀତାରାମ ରାଜୁ ଆମ ପାଇଁ ପ୍ରେରଣା: ପିଏମ୍ ମୋଦି
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଭୀମାୱରମ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ 125 ତମ ଜନ୍ମ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କ ଏକ ପ୍ରତିମୂର୍ତ୍ତୀ ଅନାବରଣ ମଧ୍ୟ କରିଛନ୍ତି ।
ଅମରାବତୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଭୀମାୱରମ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ 125 ତମ ଜନ୍ମ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କ ଏକ ପ୍ରତିମୂର୍ତ୍ତୀ ଅନାବରଣ ମଧ୍ୟ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସ୍ବାଧୀନତା ସଂଗ୍ରାମ କେବଳ କିଛି ବର୍ଷ ପାଇଁ କିଛି ଅଞ୍ଚଳ ପାଇଁ କିଛି ଲୋକ ଇତିହାସ ନୁହେଁ । ଏହି ଇତିହାସ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ଲମ୍ବି ଥିବା ସଂଗ୍ରାମ, ସଂଘର୍ଷ, ତପସ୍ୟା ଓ ବଳିଦାନର ଇତିହାସ । ଯାହାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଲ୍ଲୁରୀ ସୀତାରାମ ରାଜୁ ।"
ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଜୀବନ ଯାତ୍ରା ଆମ ପାଇଁ ପ୍ରେରଣା । କାରଣ ତାଙ୍କ ପାଖରେ କଳା, ସଂସ୍କୃତି, ଦେଶପ୍ରେମ, ଆଦିବାସୀ ପରିଚୟର ଭଣ୍ଡାର ଥିଲା । ଆଦିବାସୀ ସମାଜ ପାଇଁ ସେ ତ୍ୟାଗ, ପ୍ରେରଣା, ବଳିଦାନ ଓ ସମର୍ପଣର ଛାପ ଛାଡି ଯାଇଛନ୍ତି । ତାଙ୍କର ଦକ୍ଷତା, ଜ୍ଞାନ, କଠିନ ପରିଶ୍ରମ ଭାରତକୁ ନୂଆ ପରିଚୟ ଦେବ ।
ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ, ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳ, କେନ୍ଦ୍ରୀୟ ମନ୍ତ୍ରୀ , ବିଧାୟକ ଓ ଅନେକ ବିଶିଷ୍ଟ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।












Click it and Unblock the Notifications