କୃଷ୍ଣ ଜନ୍ମଭୂମିକୁ ନେଇ ଆଲ୍ଲାବାଦ ହାଇକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ : ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଆସିଲା ବଡ ରାୟ । ଏହି ମାମଲାରେ ବିଚାର କରି ଅଲ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗିକି ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି। ଆଜି ବିଚାର କରି ମସଜିଦରେ ସର୍ଭେ କରାଇକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

Allahabad High Court

ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଜୈନ କହିଛନ୍ତି କି ଆଡଭୋକେଟ ଏହା ଏକ ଐତିହାସିକ ନିଷ୍ପତି । ହେଲେ ଏଏସଆଇ ସର୍ଭେ କେବେଠାରୁ ହେବ ଓ କେତେ ଲୋକ ଏଥିରେ ସାମିଲ ହେବେ ସେ ନେଇ କୋର୍ଟ ଡିସେମ୍ବର ୧୮ ତାରିଖରେ ନିଷ୍ପତ୍ତି ନେବେ । ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନ ଏନେଇ ସୂଚନା ଦେଇଛନ୍ତି ।

ଆବେଦନରେ କୁହାଯାଇଥିଲା କି ଶାହୀ ଇଦଗାହ ପରିସରରେ ଶେଷ ନାଗର ଏକ ଛବି ରହିଛି । ଯାହା ହିନ୍ଦୁ ଦେବତାଙ୍କ ମଧ୍ୟରେ ଗଣନା କରାଯାଏ । ଶେଷ ନାଗ ଶ୍ରୀକୃଷ୍ଣ ଜନ୍ମ ହୋଇଥିବା ରାତିରେ ତାଙ୍କୁ ସୁରକ୍ଷା ଦେଇଥିଲେ । ଅଦାଲତରେ ଏହା ବି କୁହାଯାଇଥିଲା କି ମସଜିଦ ସ୍ତମ୍ଭର ତଳ ଭାଗରେ ହିନ୍ଦୁମାନଙ୍କର ଧାର୍ମିକ ପ୍ରତୀକ ରହିଛି । ଆବେଦକ କୋର୍ଟଙ୍କୁ ଅନୁରୋଧ କରିଥିଲେ କି, କିଛି ନିର୍ଦ୍ଧାରିତ ସମୟ ଅବଧିରେ ଶାହୀ ଇଦଗାହ ମସଜିଦର ସର୍ବେକ୍ଷଣ କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ଏକ କମିଶନ ନିଯୁକ୍ତ କରାଯାଉ ।

ଆହ୍ଲାବାଦ ହାଇକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ଏ ଉପରେ ବିଚାର କରି ସର୍ଭେକୁ ଅନୁମତି ଦେଇଛନ୍ତି। ଶାହି ଇଦଗାହ ମସଜିଦ ପକ୍ଷ ଓକିଲଙ୍କ ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଅନୁମତି ଦେଇଥିବା ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+