Get Updates
Get notified of breaking news, exclusive insights, and must-see stories!

ଲୋକେ ମାସ୍କ ନ ପିନ୍ଧିଲେ ଏଣିକି ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ

ଯଦି ମାସ୍କ ବିନା ଲୋକେ ରାସ୍ତା ଯାଉଥିବାର ଦେଖାଯାଏ ତେବେ ପୋଲିସ ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଆହ୍ଲାବାଦ୍ : ରାଜ୍ୟରେ କରୋନା ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହିଥିସହିତ ସଂକ୍ରମଣରେ ଅଧିକ ପ୍ରଭାବିତ ସହରଗୁଡିକରେ ସଂପୂର୍ଣ୍ଣ ଲକଡାଉନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଅଦାଲତ କହିଛନ୍ତି ଯେ ସରକାର ଦୁଇ କିମ୍ବା ତିନି ସପ୍ତାହ ସଂପୂର୍ଣ୍ଣ ତାଲାବନ୍ଦ ପକାଇବାକୁ ବିଚାର କରନ୍ତୁ । କୋର୍ଟ କହିଛନ୍ତି ଯେ ରାସ୍ତାରେ ମାସ୍କ ବିନା କୌଣସି ବ୍ୟକ୍ତିଙ୍କୁ ଯେପରି ଦେଖା ନଯାଏ । ଯଦି ମାସ୍କ ବିନା ଲୋକେ ରାସ୍ତା ଯାଉଥିବାର ଦେଖାଯାଏ ତେବେ ପୋଲିସ ବିରୋଧରେ ଅବମାନନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଦାଲତ କହିଛନ୍ତି ଯେ ସାମାଜିକ ଧାର୍ମିକ କାର୍ଯ୍ୟକ୍ରମରେ 50 ରୁ ଅଧିକ ଲୋକ ଏକାଠି ହେବା ଉଚିତ୍ ନୁହେଁ । ସରକାର ଟ୍ରାକିଂ, ପରୀକ୍ଷଣ ଏବଂ ଚିକିତ୍ସା ଯୋଜନାକୁ ତ୍ୱରାନ୍ୱିତ କରି ସହରର ଖୋଲା ପଡିଆରେ ଅସ୍ଥାୟୀ ଡାକ୍ତରଖାନା ତିଆରି କରିନ୍ତୁ ଏବଂ କରୋନା ପୀଡିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିନ୍ତୁ । ଆବଶ୍ୟକ ହେଲେ କର୍ମଚାରୀମାନଙ୍କୁ ଚୁକ୍ତିରେ ନିୟୋଜିତ କରାନ୍ତୁ ।

କରୋନା
କରୋନା ମାମଲାକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ସିଦ୍ଧାର୍ଥ ବର୍ମା ଏବଂ ଜଷ୍ଟିସ୍ ଅଜିତ କୁମାରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ସରକାରଙ୍କୁ ଦେଇଛନ୍ତି । ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି କି, ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ନାଇଟ କର୍ଫ୍ୟୁ କିମ୍ବା କରୋନା କର୍ଫ୍ୟୁ ଏକ ଛୋଟ ପଦକ୍ଷେପ । ଏହା ନବରାତ୍ରୀ କିମ୍ବା ରମଜାନ ସମୟରେ ରାତ୍ରି ଉତ୍ସବ ବନ୍ଦ କରିବାରେ ସୀମିତ ।
କୋର୍ଟ କହିଛନ୍ତି ଯେ ତାଲାବନ୍ଦ ଠିକ୍ ନୁହେଁ, କିନ୍ତୁ ସଂକ୍ରମଣର ପ୍ରସାରକୁ ଦୃଷ୍ଟିରେ ରଖି ସରକାର ଅଧିକ ସଂକ୍ରମଣ ଥିବା ସହରଗୁଡିକରେ ତାଲାବନ୍ଦ କରିବାକୁ ଚିନ୍ତା କରିବା ଉଚିତ୍ । ଏଠାରେ ସୂଚନାଥାଉକି, କରୋନା ଦ୍ୱାରା ଅଧିକ ପ୍ରଭାବିତ ସହରଗୁଡ଼ିକ ହେଉଛି ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବାରାଣାସୀ ଏବଂ ଗୋରଖପୁର ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+