ହାଥରସ ଘଟଣା ପରେ କୋର୍ଟଙ୍କ ବଡ଼ ରାୟ, କହିଲେ ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭା ବନ୍ଦ କର
ନୂଆଦିଲ୍ଳୀ: ଗତକାଲି ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଥିବା ଦେଖିବାକୁ ମିଳିଛି । ସିକନ୍ଦରାବାଦ ନିକଟସ୍ଥ ଫୁଲେର ଗାଁରେ ସତସଙ୍ଗ ଚାଲିଥିବା ବେଳେ ଅତ୍ୟାଧିକ ଲୋକ ହୋଇଥିବା ହେତୁ ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ବୁଧବାର ସକାଳେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୧ କୁ ବୃଦ୍ଧି ପାଇଛି । ଆଗେକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ କୁହାଯାଉଛି । ଏହି ଘଟଣା ପରେ ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି । ଏହା ବନ୍ଦ ନ ହେଲେ ଦିନେ ଦେଶର ସଂଖ୍ୟାବହୁଳ ସଂଖ୍ୟାଲଘୁରେ ପରିଣତ ହୋଇଯିବ ବୋଲି ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି ।
ଅନେକ ଲୋକଙ୍କୁ ଧର୍ମାନ୍ତରୀକରଣ କରାଇବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୈଳାସଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଅବସରରେ ଖଣ୍ଡପୀଠ ଏହା କହିଛନ୍ତି । ପ୍ରଚାର ଅର୍ଥ ପ୍ରଚାର ପ୍ରସାର କରିବା । କିନ୍ତୁ ଏହାର ଅର୍ଥ ଗୋଟିଏ ଧର୍ମର ବ୍ୟକ୍ତିକୁ ଅନ୍ୟ ଧର୍ମରେ ପରିବର୍ତ୍ତନ କରିବା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ଆବେଦନକାରୀ ତାଙ୍କ ପିଟିଶନରେ ଦର୍ଶାଇଥିଲେ, ତାଙ୍କ ଭାଇଙ୍କ ସମେତ ଗାଁରୁ କେତେଜଣକୁ ଦିଲ୍ଲୀରେ ଅନୁଷ୍ଠିତ ଏକ ଧର୍ମ ସମାବେଶକୁ ନିଆଯାଇ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରାଯାଇଥିଲା । ତାଙ୍କ ଭାଇ ଖ୍ରୀଷ୍ଟଧର୍ମ ନେବା ପରେ ଆଉ ଘରକୁ ଫେରୁ ନ ଥିବା ପିଟିଶନର ଦର୍ଶାଇଥିଲେ ।
ଅନ୍ୟପଟେ ହାଥରସରେ ହୋଇଥିବା ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି। ଏହି ଆବେଦନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୫ ଜଣିଆ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।
ଆବେଦନକାରୀମାନେ ଆଜି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ୟୁପି ସରକାରଙ୍କ ତରଫରୁ ଏକ ଷ୍ଟାଟସ୍ ରିପୋର୍ଟ ଦାବି କରାଯାଇଛି। ଅର୍ଥାତ୍ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଏବଂ ଭବିଷ୍ୟତରେ ନିଆଯିବାକୁ ଥିବା ସତର୍କତା ବିଷୟରେ ସୂଚନା ଦେବାକୁ କୁହାଯାଇଛି।












Click it and Unblock the Notifications