ଅଗଷ୍ଟ ୩ ଯାଏ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ଅଗଷ୍ଟ ୩ ଯାଏ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ୍ । ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ କୌଣସି ସର୍ଭେ ହୋଇପାରିବ ନାହିଁ ।
ଏଏସଆଇର ସର୍ଭେ ଉପରେ ସଂପୂର୍ଣ୍ଣ ତଥା ସ୍ଥାୟୀ ରୋକ ଲଗାଇବା ପାଇଁ ମସଦିଜ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନ ଉପରେ ଚୂଡ଼ାନ୍ତ ରାୟ କୋର୍ଟ ଅଗଷ୍ଟ ୩ ତାରିଖରେ ପ୍ରକାଶ କରିବା ପରେ ସର୍ଭେ ହେବ ।
ହିନ୍ଦୁ ପକ୍ଷ ଦାବି ଅନୁସାରେ, ମନ୍ଦିରର ଭଗ୍ନସ୍ତୁପ ଉପରେ ମସଦିଜ ନିର୍ମାଣ କରାଯାଇଛି । ଏନେଇ ଉଚିତ୍ ସର୍ଭେର ଆବଶ୍ୟକତା ରହିଛି ବୋଲି ଦାବି କରାଯାଉଛି । ତେବେ ତଳ କୋର୍ଟ ଏହି ଆବେଦନ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ପ୍ରଥମେ ଜୁଲାଇ ୨୪ ତାରିଖରେ ସୁପ୍ରିମକୋର୍ଟ ଏବଂ ଆଜି ଆହ୍ଲାବାଦ ହାଇକୋର୍ଟ ସର୍ଭେ ଉପରେ ରୋକ ଲଗାଇଛନ୍ତି ।

ଆଜି ଶୁଣାଣି ସମୟରେ ହିନ୍ଦୁ ପକ୍ଷର ଓକିଲ କହିଥିଲେ, ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେର ଆବଶ୍ୟକାତ ରହିଛି । ଏହି ଦାବିର ସତ୍ୟତା ଜାଣିବା ପାଇଁ ସର୍ଭେ ଜରୁରୀ ।












Click it and Unblock the Notifications