ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଅବସ୍ଥା ଆଣିପାରେ କଂଗ୍ରେସ, ସମର୍ଥ କରୁଛନ୍ତି ଏହି ସବୁ ଦଳ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବ କଂଗ୍ରେସ । ଏଥିପାଇଁ ବିରୋଧୀ ପୁରାପୁରି ପ୍ରସ୍ତତ ବୋଲି ଜଗଣାପଡିଛି । ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ ଟିଏମସି ଓ ଏସପି ଓ ଆପ୍ ଦଳର ସାଂସଦ ଧନକଡଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ରହିଥିବା ଜଣାପଡିଛି।

agdeep Dhankad

ବିରୋଧୀ ଦଳମାନେ ସମ୍ବିଧାନର ଅନୁଚ୍ଛେଦ ୬୭, ବି ଅଧିନରେ ଧନକଡଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ କହିଛନ୍ତି । କୁହାଯାଉଛି ସୋମାବାର ରାଜ୍ୟସଭାରେ ଜର୍ଜ ସୋରସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ଧନକଡଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ଓ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଛି । ଗୃହରେ ହଙ୍ଗାମା ଭିତରେ ଦିଗବିଜୟ ସିଂ ଓ ରାଜୀବ ଶୁକ୍ଳାଙ୍କ ସହ କଂଗ୍ରେସ ସାଂସଦମାନେ ଗୃହ ସଭାପତିଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ କରି ପ୍ରଶ୍ନ କରିଥିଲେ।

ରାଜ୍ୟସଭା ଅଧ୍ୟକ୍ଷଙ୍କ ହାଟାଇବାର ପ୍ରକ୍ରିୟା:

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇେଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଲୋଡା। ସାଂସଦଙ୍କ ହସ୍ତାକ୍ଷର ସହ ଅନାସ୍ଥା ପ୍ରସ୍ତାବ ସଚିବାଳୟକୁ ଯିବ। ଅତି କମରେ ୧୪ ଦିନ ପୂର୍ବରୁ ଦିଆଯାଇଥିବା ଏହି ନୋଟିସ ପରେ ରାଜ୍ୟସଭାରେ ଉପସ୍ଥିତ ସଦସ୍ୟଙ୍କ ବହୁମତ ଆଧାରରେ ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଲୋକସଭା ପଠାଯିବ । ରାଜ୍ୟସଭା ଅଧ୍ୟକ୍ଷ ଦେଶର ଉପରାଷ୍ଟ୍ରପତି , ଯାହା ଦ୍ବିତୀୟ ସର୍ବୋଚ୍ଚ ସମ୍ବିଧାନିକ ପଦ। ଏଭଳି ସ୍ଥିତିରେ ତାଙ୍କୁ ପଦରୁ ହଟାଇବାକୁ ହେଲେ ଲୋକସଭାରେ ମଧ୍ୟ ପ୍ରସ୍ତାବ ପାରିତ କରିବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+