ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା: ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଛୁଟି
Ayodhya Ram Mandir: ଚଳିତ ମାସ ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ଯାଉଛି । ଯେଉଁଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟର । ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ, ଯାହାକୁ ନେଇ ସମଗ୍ର ଦେଶରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତକପ୍ରଦେଶର ସମସ୍ତ ସ୍କୁଲ ଏବଂ କଲେଜକୁ ସେହି ଦିନ ଛୁଟି ଘୋଷଣା କରାଯାଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।

ଏହି ଦିସ ସ୍କୁଲ୍, କଲେଜ ବନ୍ଦ ରହିବା ସହିତ ଅଯୋଧ୍ୟାରେ ସମସ୍ତ ମଦ ଦୋକାନ ମଧ୍ୟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଅଯୋଧ୍ୟାରେ କୌଣସି ସ୍ଥାନରେ ମଧ୍ୟ ସେହି ଦିନ ମଦ ବିକ୍ରି କରି କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ଉତ୍ତର ପ୍ରଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସଜେଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆତିସ ବାଜି କରି ଏହି ଉତ୍ସବକୁ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି । ଅଯୋଧ୍ୟାର ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଅଯୋଧ୍ୟାରେ ଜାନୁଆରୀ ୧୪ ତାରିଖରୁ ସଫେଇ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ରହିଛି । ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।












Click it and Unblock the Notifications