ଏମଏସପିକୁ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର କୃଷିମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀକୁ କୃଷକ ପଦଯାତ୍ରା ଘୋଷଣା ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରରେ ମୋଦୀ ସରକାର ସର୍ବନିମ୍ନ ସହାୟତା (ଏମଏସପି) ମୂଲ୍ୟରେ ଚାଷୀଙ୍କ ସମସ୍ତ ଫସଲ କ୍ରୟ କରିବେ। ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।
ଏହି ସମୟରେ ଶିବରାଜ ସିଂ ଚୌହାନ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଗୃହରେ ଏମ୍ଏସ୍ପି ପାଇଁ ଆଇନଗତ ସ୍ୱୀକୃତି ଦାବିରେ ପ୍ରଶ୍ନକାଳ ସମୟରେ ଆଲୋଚନା ସମୟରେ କୃଷିମନ୍ତ୍ରୀ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଚୌହାନ କହିଛନ୍ତି, ମୁଁ ଗୃହକୁ ଏହା ନିଶ୍ଚିତ କରିବାକୁ ଚାହୁଛି ଯେ କୃଷକଙ୍କର ସମସ୍ତ ଉତ୍ପାଦ ଏମ୍ଏସ୍ପିରେ କିଣାଯିବ। ଏହି ପ୍ରତିଶ୍ରୁତି ପୂରଣ କରିବା ମୋଦୀଙ୍କ ଗ୍ୟାରେଣ୍ଟି।

ଏମ୍ଏସ୍ପି ସଂକ୍ରାନ୍ତରେ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ପ୍ରଶ୍ନର ଉତ୍ତର ଦେଇ ଚୌହାନ କହିଛନ୍ତି, ଆମେ ୫୦ ପ୍ରତିଶତରୁ ଅଧିକରେ ଏମ୍ଏସ୍ପି ସ୍ଥିର କରିବୁ ଏବଂ କୃଷି ଉତ୍ପାଦ କ୍ରୟ କରିବୁ। ପୂର୍ବ କଂଗ୍ରେସ ସରକାର କୃଷକଙ୍କୁ ଅବହେଳା କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତ ଯେ କଂଗ୍ରେସ କ୍ଷମତାରେ ଥିବାବେଳେ କୃଷକମାନେ ଲୁହ ନୁହେଁ ରକ୍ତ ଝରାଉଥିଲେ। ମୋ ପାଇଁ କୃଷକଙ୍କ ସେବା ଭଗବାନଙ୍କ ସେବା ଭଳି ବୋଲି ଶିବରାଜ କହିଛନ୍ତି।












Click it and Unblock the Notifications