ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ। ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବ ଦଳୀୟ ବୈଠକ ହେବ। ଚଳିତ ଅଧିବେଶନରେ ସରକାର ୨୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତି ହୋଇଥିବା ଜଣାପଡିଛି।
ଏହି ଅଧିବେଶନରେ ଦିଲ୍ଲୀ ସର୍ଭିସ, ତଥ୍ୟ ସୁରକ୍ଷା, ଜନ ବିଶ୍ବାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଜନ ବିଶ୍ବାସ ବିଲ୍ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ପ୍ରସ୍ତାବକୁ ସଂଶୋଧନ କରିବା ଏବଂ ଅପରାଧିକ ମାମଲାରେ ରହିଥିବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି।

ଏଥିସହିତ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍ ଆଣିବାକୁ ସରକାର ଯୋଜନା ରଖିଛନ୍ତି। ଏଥିସହିତ ସରକାର ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏନଆରଏଫ) ବିଲ୍ ମଧ୍ୟ ଆଣିପାରନ୍ତି। ଏହି ବିଲରେ ଦେଶର ବିଭିନ୍ନ କ୍ଷେତ୍ରର ଗବେଷଣା ବ୍ୟୟ ବୃଦ୍ଧି ଏବଂ ପ୍ରମୁଖ କ୍ଷେତ୍ରର ଗବେଷଣାକୁ ଘରୋଇ କ୍ଷେତ୍ରର ଭାଗୀଦାରିରେ ସଂଶୋଧନ ଆସିପାରେ।
ସେହିଭଳି ଜୈବ ବିବିଧତା (ସଂଶୋଧନ) ବିଲ୍ ୨୦୨୧, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ ୨୦୨୩, ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବିଲ୍, ଡାକ ସେବା ବିଲ୍, ୨୦୨୩ ଆଦି ଆଗତ ହେବା ସମ୍ଭାବନା ରହିଛି।
ଏଥି ସହିତ ସଂସଦରେ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଚର୍ଚ୍ଚା ହୋଇପାରେ। ବିରୋଧୀ ମଧ୍ୟ ନାନାଦି ପ୍ରସଙ୍ଗ ଆଣି ମୋଦୀ ସରକାରଙ୍କୁ ଘେରି ପାରନ୍ତି। ସାଧାରଣ ନିର୍ବାଚନକୁ ଆଉ ବର୍ଷେ ନ ଥିବା ବେଳେ ଲୋକଙ୍କୁ ଆକୃଷ୍ଟ୍ ପାଇଁ ବିଲ୍ ଆସିପାରେ।












Click it and Unblock the Notifications