ଆସନ୍ତା କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ, ସରିଲା ସର୍ବଦଳୀୟ ବୈଠକ
କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ, ସରିଲା ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ଆସନ୍ତା କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ପାର୍ଲାମେଣ୍ଟର ଶୀତ ଅଧିବେଶନ । ଶୀତକାଳୀନ ଅଧିବେଶନରେ ୨୩ଟି କାର୍ଯ୍ୟ ଦିବସ ରହିବ । ଚଳିତ ଅଧିବେଶନରେ ୧୬ଟି ନୂଆ ବିଲ୍ ଆଣିବା ସ୍ଥିର କରାଯାଇଛି । ଶୀତ ଅଧିବେଶନ ପୂର୍ବରୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଥିଲେ । ସରକାର ସବୁ ପ୍ରକାରର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଆପ ସମେତ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ । କାଶ୍ମୀର ପଣ୍ତିତ, ବେରୋଜଗାରୀ, ଏସଏସପି ସମେତ ଅନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧି । ସେହିପରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ବେରୋଜଗାରୀ ଏବଂ ମହଙ୍ଗାମାଡ଼ ସବୁଠାରୁ ବଡ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।












Click it and Unblock the Notifications