ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ
ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ । ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ବୈଠକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ। AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଉପସ୍ଥିତ । ରାହୁଲ ଗାନ୍ଧି ଓ ଅନ୍ୟାନ୍ୟ ଦଳର ସଦସ୍ୟ ସାମିଲ ।

ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି ମରଶରୀର। ଏନେଇ ସାରା ଗାଁରେ ଶୋକାକୂଳ ପରିବେଶ ରହିଛି। ଗତକାଲି ରାତିରେ ମରଶରୀର ଜମ୍ମୁ-କଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର।
ତେବେ ଏହାରି ଭିତରେ ବାଲେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷର ସହାୟତ ରାଶି ଘୋଷଣା। ଏଥିସହ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅର ପାଠପଢ଼ା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।












Click it and Unblock the Notifications