ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ, ୧୫ ଭାରତୀୟ ସୁରକ୍ଷିତ ଉଦ୍ଧାର
ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ବଡ଼ ସଫଳତା । ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହଜ ଏମ୍ଭି ଲିଲା ନରଫୋକ୍କୁ ଉଦ୍ଧାର କରାଯାଇଛି । ଏହି ଜାହାଜରେ ୧୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ନୌସେନା କମାଣ୍ତୋ । ସୋମାଲିଆ ଉପକୂଳରୁ 'MV LILA NORFOLK' ମାଲବାହୀ ଜାହାଜକୁ ଅପହରଣ କରାଯାଇଥିଲା । ଯେଉଁଥି ପାଇଁ ଗୁରୁବାର ଦିନ ଉଦ୍ଧାର ପାଇଁ ଜରୁରୀ ସଂକେତ ପାଇବା ପରେ ଭାରତୀୟ ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା ।
ସୂଚନା ଅନୁସାରେ, ଅପହରଣ ହୋଇଥିବା ସ୍ଥାନକୁ ଆଇଏନଏସ ଚେନ୍ନାଇ ଜାହାଜକୁ ପଠାଯାଇଥିଲା। ନୌସେନାର ମେରାଇନ କମାଣ୍ଡୋ ଜାହାଜକୁ ଠାବ କରି ସେମାନଙ୍କ ଅଭିଯାନ ଆରମ୍ଭ କରିଥିଲେ। ସନ୍ଧ୍ୟା ସୁଦ୍ଧା ଜାହାଜ ମଧ୍ୟରେ ପ୍ରବେଶ କରିଥିଲେ, ଯାହା ପରେ ସମସ୍ତ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଥିଲା । ଯାହା ପରେ ନୋରଫୋଲକ ଜାହାଜଚି ବ୍ରାଜିଲର ପୋର୍ଟ ଡୁ ଆକୋରୁ ବାହାରିଥିଲା ।

ସୂଚନା ଅନୁସାରେ ଏହା ବାହାରିନର ଖଲିଫା ବିନ ସଲମାନ ପୋର୍ଟକୁ ଯିବାର ଥିଲା ହେଲେ ସୋମାଲିଆ ଉପକୂଳରୁ ୩୦୦ ମାଇଲ ଦୂରରେ ଜଳଦସ୍ୟୁମାନେ ଏହାକୁ କବଜା କରି ନେଇଥିଲେ।












Click it and Unblock the Notifications