ବାତ୍ୟା ମୋନ୍ଥା ଯୋଗୁଁ ୩୨ ବିମାନ ଉଡ଼ାଣ ବାତିଲ

ବାତ୍ୟା ମୋନ୍ଥା ଯୋଗୁଁ ପ୍ରଭାବିତ ବିମାନ ସେବା । ବିଶାଖାପାଟନମ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତ୍ତମ କହିଛନ୍ତି, ୨୭ ଅକ୍ଟୋବରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଦୁଇଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ପ୍ରତିଦିନ ୩୦ ରୁ ୩୨ ବିମାନ ଉଡ଼ାଣ ହୋଇଥାଏ । ଏଥିରେ ଘେରାଇ ଏବଂ ଅର୍ନ୍ତଜାତୀୟ ବିମାନ ସେନା ଅର୍ନ୍ତଭୁକ୍ତ । ଆଜି ବି ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି । ଏଏଆଇ ଗାଇଡଲାଇନ ଅନୁସାରେ, ବାତ୍ୟା ମୋନ୍ଥା ଯୋଗୁଁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

flights

ସେହିଭଳି ବିଜୟୱାଡା ବିମାନବନ୍ଦରରୁ ୧୬ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଜୟୱାଡା ବିମାନବନ୍ଦରର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ରେଡ୍ଡୀ କହିଛନ୍ତି, ବିଶାଖାପାଟଣା ପାଇଁ କେବଳ ଗୋଟିଏ ଉଡ଼ାଣ ବାତିଲ କରାଯାଇଛି । କିନ୍ତୁ ଆଜି ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟ ସ୍ଥାନକୁ ମଧ୍ୟ ୧୬ଟି ଉଡ଼ାଣ ବାତିଲ କରାଯାଇଛି । ତିରୁପତି ବିମାନବନ୍ଦରରୁ ୪ଟି ଉଡ଼ାଣ ବାତିଲ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+