ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ସଂରକ୍ଷଣ ଷ୍ଟାଟସ୍ ଉପରେ ସୁପ୍ରିମକୋର୍ଟଙ୍କୁ ରାୟ
ନୂଆଦିଲ୍ଲୀ: ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ସଂରକ୍ଷଣ ଷ୍ଟାଟସ୍ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସଂଖ୍ୟାଲଘୁ ଷ୍ଟାଟର୍ସକୁ ଖାରଜ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧକ୍ଷତାରେ ୭ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ବିଶ୍ବବିଦ୍ୟାଳୟର ସଂଖ୍ୟାଲଘୁ ଷ୍ଟାଟସକୁ ନୂଆ କରି ତିଆରି କରିବା ନେଇ ୩ ଜଣିଆ ବିଚାରପତିଙ୍କ ଏକ ବେଞ୍ଚ ଗଠନ ହେବ।
ଏକ ନୂଆ ବେଞ୍ଚ ଏହାର ବିଚାର କରିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, '' ଏବେ ନୂଆ ଖଣ୍ଡପୀଠ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ସଂଖ୍ୟାଲଘୁ ଷ୍ଟାଟସ୍ ମାନଦଣ୍ଡ ପ୍ରସ୍ତୁତ କରିବେ । ମାମଲାରେ ସିଜେଆଇଙ୍କ ସମେତ ୪ ବିଚାରପତି ଗୋଟିଏ ମତ ଦେଇଥିବାବେଳେ ୩ ଜଣ ବିଚାରପତି ବିରୋଧ କରିଥିଲେ ।

ମାମଲାରେ ସିଜେଆଇ, ଜଷ୍ଟିସ ପାରଦୀବାଲା ସହମତି ପ୍ରକାଶ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ସତିଶ ଚନ୍ଦ୍ର ଶର୍ମା ଅସହମତି ପ୍ରକାଶ କରିଥିଲେ । କୋର୍ଟ ୪-୩ ବହୁମତରେ ୧୯୬୭ର ନିଷ୍ପତ୍ତିକୁ ଖାରଜ କରିଛନ୍ତି ।












Click it and Unblock the Notifications