Get Updates
Get notified of breaking news, exclusive insights, and must-see stories!

ଅଲ୍‌ ଫଲାହରେ ଆତଙ୍କବାଦୀ ହେବାକୁ କରାଯାଉଥିଲା ବ୍ରେନ୍‌ୱାସ୍‌

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତମାସ ୧୦ ତାରିଖରେ ହୋଇଥିବା ଆତ୍ମଘାତୀ ବି‌େସ୍ଫାରଣର ତଦନ୍ତ ପ୍ରକ୍ରିୟାରେ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏକ ବିଶାଳ ଆତଙ୍କୀ ନେଟ୍‌ୱର୍କର ପର୍ଦ୍ଦାଫାସ କରିଛନ୍ତି। ଏହି ଘଟଣାର ମୁଖ୍ୟ ସୂତ୍ରଧର ଥିବା ହରିୟାଣାର ଫରିଦାବାଦସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟ 'ଅଲ୍-ଫଲାହ୍' ସଂପର୍କରେ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ବିଶ୍ୱବିଦ୍ୟାଳୟରୁ ଚାଲୁଥିବା ଆଇଏସ୍‌ଆଇଏସ୍ ଆତଙ୍କୀ ମଡ୍ୟୁଲ୍‌ ଦେଶରେ 'ହ୍ବାଇଟ୍-କଲାର୍ ଜିହାଦ୍' ପ୍ରସାର ପାଇଁ କାମ କରୁଥିଲା।

ଦିଲ୍ଲୀ ପୁଲିସ୍ ସ୍ପେସାଲ୍ ସେଲ୍ ଓ ଏନ୍‌ଆଇଏ ମିଳିତ ଅଭିଯାନରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଲ୍‌-ଫଲାହ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର, ଶିକ୍ଷକ ଓ କର୍ମଚାରୀ ରହିଛନ୍ତି। ଏମାନେ ସମାଜରେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଭାବେ ପରିଚିତ ଥିଲେ, କିନ୍ତୁ ଆତଙ୍କୀ ସଂଗଠନ ଜୈସ୍‌ ଓ ଆଇଏସ୍‌ଆଇଏସ୍ ପାଇଁ କାମ କରୁଥିଲେ।

Al Falah

ତଦନ୍ତରୁ ଜଣାପଡ଼ିଛି ଯେ, ଅଲ୍-ଫଲାହ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‌କୁ ଆଇଏସ୍‌ ଆତଙ୍କୀ ସଂଗଠନ ‌ଜୈସ୍‌ର ନେଟ୍‌ୱର୍କ ସହାୟତାରେ ନିଜର ସୁରକ୍ଷିତ ଆଡ୍ଡା ଭାବେ ବ୍ୟବହାର କରୁଥିଲା। ଏଠାରେ ପାଠ ପଢ଼ା ଆଳରେ ଯୁବକମାନଙ୍କୁ ଆତଙ୍କବାଦୀ ହେବାକୁ ବ୍ରେନ୍‌ୱାସ୍‌ କରାଯାଉଥିଲା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଡ଼ି ଦିଆଯାଉଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+