୧୩ ଦିନିଆ ଇଡି ରିମାଣ୍ଡରେ ଗଲେ ଅଲ୍ ଫଲାହ ପ୍ରତିଷ୍ଠାତା
୧୩ ଦିନିଆ ଇଡି ରିମାଣ୍ଡରେ ଅଲ୍ ଫଲାହ ପ୍ରତିଷ୍ଠାତା ଜାଭେଦ୍ ଅହମ୍ମଦ ସିଦ୍ଦିକି । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି । ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକିଙ୍କୁ ଗତକାଲି ଗିରଫ କରିଥିଲା ଇଡି । ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ରହିଛି ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟା ଅଧୀନରେ ଗତକାଲି ଇଡି ଅଲ୍ ଫଲାହ ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା ।

ଅଲ୍ ଫଲାହ ପ୍ରତିଷ୍ଠାତା ତଥା ମାଲିକ ସିଦ୍ଦିକିଙ୍କ ବାସଭବନରେ ଚଢ଼ଉ ପରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ । ଏହାପରେ ଇଡି ତାଙ୍କୁ ପିଏମ୍ ଏଲ୍ ଏ ଅଧୀନରେ ଗିରଫ କରିଥିଲା । ସିଦ୍ଦିକିଙ୍କ ସହ ଜଡ଼ିତ ଏକାଧିକ କମ୍ପାନିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଅଲ୍ ଫଲାହ ଗ୍ରୁପ୍ ର ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରହିଛି ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications