ମହାକୁମ୍ଭରେ ବୁଡ଼ ପକାଇଲେ ଅକ୍ଷୟ କୁମାର
ଦିନକ ପରେ ସରିବ ପ୍ରୟାଗରାଜ ମହାକୁମ୍ଭ ମେଳା । ଶିବରାତ୍ରିରେ ଶେଷ ସ୍ନାନ ପାଇଁ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବର୍ତ୍ତମାନ ସୁଦ୍ଧା ସଙ୍ଗମରେ ୬୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି । କେବଳ ଆଜି ୭୫ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଛନ୍ତି । ଶାହୀ ସ୍ନାନ ପାଇଁ ଦେଶ ଓ ଦେଶ ବାହାରୁ ପ୍ରୟାଗରାଜରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି ।
ଅକ୍ଷୟ କୁମାରଙ୍କ ପୂର୍ବରୁ ତମନ୍ନା ଭାଟିଆ, ଅନୁପମ ଖେର, ବିକ୍କି କୌଶଲ ପୂର୍ବରୁ ସଙ୍ଗମରେ ବୁଡ଼ ପକାଇସାରିଛନ୍ତି । ବଲିଉଡ଼ ଏବଂ ହଲିଉଡ଼ର ବହୁ କଳାକାର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ବଲିଉଡ଼ ସୁପରଷ୍ଟାର ଖିଲାଡ଼ି ବୟେ ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଛନ୍ତି ।
ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଆଉ ଅକ୍ଷୟ କୁମାର ବୁଡ଼ ପକାଇବା ପରେ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ଅକ୍ଷୟ କହିଛନ୍ତି, ମୁଁ ବହୁତ ମଜା କରିଥିଲି । ଏଠିକାର ବ୍ୟବସ୍ଥା ବହୁତ ଭଲ । ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଭାବରେ କରାଯାଇଛି । ଏପରି ଭଲ ବ୍ୟବସ୍ଥା କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ କୃତଜ୍ଞ ।

ଏହାସହିତ ମୁଁ ସମସ୍ତ ପୋଲିସ କର୍ମଚାରୀ ଏବଂ କର୍ମଚାରୀଙ୍କ ପ୍ରତି କୃତଜ୍ଞ, ଯେଉଁମାନେ ସମସ୍ତଙ୍କର ଏତେ ଭଲ ଯତ୍ନ ନେଇଛନ୍ତି । ମୁଁ ତାଙ୍କୁ ହାତ ଯୋଡି ଧନ୍ୟବାଦ ଦେବାକୁ ଚାହୁଁଛି ।












Click it and Unblock the Notifications