ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ ଅଖିଳେଶ ଯାଦବଙ୍କ ଭାଇ
ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ପ୍ରତୀପ ଯାଦବ ପତ୍ନୀ ଅପର୍ଣ୍ଣାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ସେ ଜଣେ ସ୍ୱାର୍ଥପର ମହିଳା, ତାଙ୍କ ପରିବାକୁ ନଷ୍ଟ କରିଦେଇଛନ୍ତି, ସେ ମୋ ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ସେ କେବଳ ନିଜ ବିଷୟରେ ଚିନ୍ତା କରନ୍ତି ।

ଅପର୍ଣ୍ଣା ଯାଦବଙ୍କ ଫଟୋ ସହିତ ସେ ଲେଖିଛନ୍ତି "ମୁଁ ଯଥାଶୀଘ୍ର ଏହି ସ୍ୱାର୍ଥପର ମହିଳାଙ୍କୁ ଛାଡପତ୍ର ଦେବାକୁ ଯାଉଛି । ସେ ମୋର ପାରିବାରିକ ସମ୍ପର୍କକୁ ନଷ୍ଟ କରିଦେଇଛନ୍ତି । ସେ କେବଳ ନିଜର ଲୋକପ୍ରିୟତା ଚାହୁଁଛନ୍ତି । ମୁଁ ବର୍ତ୍ତମାନ ମାନସିକ ଭାବରେ ଅସ୍ଥିର, କିନ୍ତୁ ମୁଁ ଏଥିରେ ମଧ୍ୟ ଚିନ୍ତା କରେ ନାହିଁ, କାରଣ ସେ କେବଳ ନିଜ ବିଷୟରେ ଚିନ୍ତା କରେ । ମୁଁ ଏତେ ଖରାପ ବ୍ୟକ୍ତିଙ୍କୁ କେବେ ଭେଟି ନାହିଁ । ଏହା ମୋର ଦୁର୍ଭାଗ୍ୟ ଥିଲା ଯେ ମୁଁ ତାଙ୍କୁ ବିବାହ କରିଥିଲି।"
ପ୍ରତୀକ ଏବଂ ଅପର୍ଣ୍ଣା ଯାଦବ ୨୦୧୨ ମସିହାରେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି । ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିଲେ । ଅପର୍ଣ୍ଣା ଯାଦବ ବିଜେପି ମହିଳା କମିଶନର ଉପାଧ୍ୟକ୍ଷ ।












Click it and Unblock the Notifications