'ଏନଡିଏର ଗର୍ବକୁ ଭାଙ୍ଗିଛନ୍ତି ଜନସାଧାରଣ'
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ସଂସଦରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଅଖିଳେଶ ଯାଦବ ପ୍ରଥମେ ନୂତନ ଏମ୍ପିମାନଙ୍କୁ ସ୍ୱାଗତ କରିଥିଲେ । ପରେ ସେ କହିଛନ୍ତି ଯେ ବିରୋଧୀ ଇଣ୍ଡିଆ ବ୍ଲକ୍ ପାଇଁ ଏହା ଏକ ନୈତିକ ବିଜୟ ।
ରାଷ୍ଟ୍ରପତିଙ୍କ ସମ୍ବୋଧନରେ 'ମୋସନ ଅଫ୍ ଥ୍ୟାଙ୍କ୍ସ୍'ରେ ଅଂଶଗ୍ରହଣ କରି କନ୍ନଜ ସାଂସଦ କହିଛନ୍ତି ଯେ ଇଣ୍ଡିଆ ବ୍ଲକର ଭବିଷ୍ୟବାଣୀକୁ ଅସ୍ୱୀକାର କରି ଏନଡିଏର ଗର୍ବକୁ ଜନସାଧାରଣ ଭାଙ୍ଗି ଦେଇଛନ୍ତି । ଲୋକେ କହୁଛନ୍ତି ଏ ସରକାର ଚାଲିବନି ବରଂ ଭାଙ୍ଗିଯିବ । ୧୫ ଅଗଷ୍ଟ ଭାରତର ସ୍ୱାଧୀନତା ଦିବସ ଏବଂ ୪ ଜୁନ୍ ସାମ୍ପ୍ରଦାୟିକ ରାଜନୀତିରୁ ସ୍ୱାଧୀନତାର ଦିବସ ।

ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି । ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିଛନ୍ତି ।












Click it and Unblock the Notifications