ହାଥରସ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ: ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟା ଆରମ୍ଭ ହୋଇଥିଲା । ଏହି ଦୁର୍ଘଟଣାରେ ୧୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଏଟା ସିଏମଓ ଉମେଶ ତ୍ରିପାଠୀ ନିଶ୍ଚିତ କରିଛନ୍ତି ।

ତେବେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ସେହିପରି ଆହତ ସଂଖ୍ୟା ମଧ୍ୟ ସରକାରୀ ରିପୋର୍ଟଠାରୁ ଅଧିକ ହୋଇଥିବା କୁହାଯାଉଛି । ଏପର୍ଯ୍ୟନ୍ତ ୧୦୦ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ପହଞ୍ଚିଥିବା କୁହାଯାଉଛି । ବର୍ତ୍ତମାନ ଏହି ଘଟଣାରେ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଏହି ଆୟୋଜନ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ଜାଣିଥିବା ବେଳେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ସେ ନେଇ ସରକାର ଦାୟୀ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି ସତ୍‌ସଙ୍ଗର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଆତ୍ମଘୋଷିତ ଧାର୍ମିକ ଗୁରୁ ଭୋଲା ବାବା ଓରଫ ନାରାୟଣ ସାକର ହରିଙ୍କ ସମ୍ମାନାର୍ଥେ ଏହି ସତ୍‌ସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Akhilesh yadav

କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଯେତେବେଳେ ଘରକୁ ଫେରିଯିବାକୁ ବାହାରିଥିଲେ ସେତେବେଳେ ଦଳାଚକଟା ହୋଇଥିଲା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏଠାରେ ବହୁତ ଭିଡ଼ ଜମି ଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ସମସ୍ତେ ଘରକୁ ଫେରିଯିବାକୁ ବାହାରିଥିଲୁ । ତେବେ ବାହାରିବା ସ୍ଥାନଟି ଖୁବ୍ ଛୋଟ ଥିଲା । ଆମେ ସେଠାରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା ଆରମ୍ଭ ହୋଇଗଲା ।

ପରେ ଏହା ଦଳାଚକଟାର ରୂପ ନେଇଥିଲା । ଦଳାଚକଟା ବେଳେ କିଛି ଲୋକ ସେଥିରୁ ବର୍ତ୍ତିବାକୁ ଉଦ୍ୟମ କରି ରାସ୍ତାକଡ଼ରେ ଥିବା ଡ୍ରେନ୍‌ରେ ପଡ଼ି ଯାଇଥିଲେ । ରାସ୍ତା ଉଚ୍ଚରେ ଥିଲା ଓ ତା' ତଳେ ଡ୍ରେନ୍ ଥିଲା । ସେତେବେଳେ ଆମେ ଜାଣିପାରିଲୁନି କ'ଣ କରିବୁ । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+