ବିଜେପିର ପ୍ରଥମ ସୋ ହେଲା ଫ୍ଲପ୍, ନିର୍ବାଚନ ଚାଲିଥିବା ବଳେ ଏଭଳି ବୟାନ ଦେଲେ ଅଖିଳେଶ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ହେଉଛି । ଏଥିରେ ପାଖାପାଖି ୧୬ କୋଟି ଭୋଟର ନେତୃତ୍ୱ ବାଛୁଛନ୍ତି । ଏହି ପର୍ଯ୍ୟାୟରେ ୧୬ ଶହରୁ ଅଧିକ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଆଉ ଦେଶରେ ଏବେ ରାଜନୈତିକ ମାହୋଲ ବି ରହିଛି ବେସ ଉଷ୍ମ । ଆଉ ନିର୍ବାଚନୀ ମାହୋଲ ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ଯେ ବିଜେପିର ପ୍ରଥମ ଦିନ ପ୍ରଥମ ସୋ ଫ୍ଲପ୍ ହୋଇଛି । ଅଖିଳେଶ ଯାଦବ କହିଛନ୍ତି, 'ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲିଛି ଏବଂ ଆସୁଥିବା ରିପୋର୍ଟରୁ ଜଣାପଡିଛି ଯେ ପଶ୍ଚିମ ୟୁପିରୁ ବିଜେପି ପୋଛି ହୋଇଯାଇଛି । ଏଥିରୁ ଜଣାପଡିଛି ଯେ ବିଜେପିର ପ୍ରଥମ ସୋ ଫ୍ଲପ୍ ହୋଇଯାଇଛି ।












Click it and Unblock the Notifications