ଏହିମାନଙ୍କୁ ଦଳରୁ ବାହାର କରାଯିବ: ଅଖିଳେଶ ଯାଦବ
ଲକ୍ଷ୍ନୌ : ସମାଜବାଦୀ ଦଳକୁ ବିଦ୍ରୋହ ଏବଂ ବିଶ୍ୱାସଘାତକତା କରୁଥିବା ନେତାଙ୍କ ସମ୍ପର୍କରେ ଦଳର ସଭାପତି ଅଖିଳେଶ ଯାଦବଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସମାଜବାଦୀ ପାର୍ଟି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ସେମାନେ ଆଉ ଫେରିବେ ନାହିଁ। ଯଦି କେହି ଦଳକୁ ଫେରିଆସନ୍ତି, ଆଉ ଦଳରେସାମିଲ ହେବାକୁ କୁହନ୍ତିତେବେ ତାଙ୍କୁ ଦଳରୁ ବାହାରିବା ବାଟ ମଧ୍ୟ ଦେଖାଇଦେବେ ବୋଲି ଅଖିଳେଶ କହିଛନ୍ତି।
ଏହି ସମୟ ମଧ୍ୟରେ ଅଖିଳେଶ ଯାଦବ ମଧ୍ୟ ବଜେଟକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଚାଷୀଙ୍କୁ ସହାୟତା ମୂଲ୍ୟ ଦେବା ପରିବର୍ତ୍ତେ ସେମାନେ ସହଯୋଗୀ ଦଳମାନଙ୍କୁ ଦେଉଛନ୍ତି । ଉତ୍ତରପ୍ରଦେଶକୁ ବଡ଼ ସ୍ୱପ୍ନ ଦେଖାଯାଇଥିଲା, ହେଲେ ଉତ୍ତରପ୍ରଦେଶ କ'ଣ ପାଇଲା? ଡବଲ ଇଞ୍ଜିନ ସରକାର ହେଇକି । ଉତ୍ତରପ୍ରଦେଶକୁଦୁଇଗୁଣ ଲାଭ ଦିଆଯିବା ଉଚିତ୍ ବୋଲି କହିଛନ୍ତି ଅଖିଳେଶ ଯାଦବ ।

ଗତକାଲି ବଜେଟକୁ ନେଇ ଅଖିଲେଶ କହିଥିଲେ ଏହି ବଜେଟରେ ଉତ୍ତର ପ୍ରଦେଶ ପାଇଁ କିଛି ନାହିଁ ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି । ଯେଉଁ ରାଜ୍ୟ ଦେଶକୁ ପ୍ରଧାନମନ୍ତ୍ରୀ ଦେଇଛି ସେଠାକାର କୃଷକଙ୍କୁ କଣ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସପା ଅଧ୍ୟକ୍ଷ ଆହୁରି କହିଥିଲେ ଯେ, ରାଜ୍ୟରେ ନିବେଶର ଅବସ୍ଥା ଖରାପ ହୋଇଥିବା ବେଳେ ସରକାର ବଡ଼ ବଡ଼ କଥା କହୁଛନ୍ତି । ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ସରକାର ବଞ୍ଚାଇବା ଲାଗି ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ବିଶେଷ ଯୋଜନା ଦିଆଯାଇଛି ବୋଲି ଅର୍ଦ୍ଦେଶ ଯାଦବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଲକ୍ଷ ଲକ୍ଷ କୋଟି ଖର୍ଚ୍ଚ ହେବ ବୋଲି ଗତ ଥର ସରକାର କହିଥିଲେ ।












Click it and Unblock the Notifications