Get Updates
Get notified of breaking news, exclusive insights, and must-see stories!

କନୌଜରୁ ପ୍ରତିଦ୍ୱନ୍ଦିତା କରିବେ କି ଅଖିଳେଶ?

କନୌଜ : ଉତ୍ତରପ୍ରଦେଶର କନୌଜ ସଂସଦୀୟ କ୍ଷେତ୍ର ଲାଗି ନାମାଙ୍କନ ପ୍ରକ୍ରିିୟା ଆରମ୍ଭ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ଏହି ଆସନରୁ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାଁନ୍ତି । ଏଥି ସହିତ, ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୯ ଏପ୍ରିଲରେ ହେବାକୁ ଯାଉଛି । ଆଉ ଏବେ ଆଲୋଚନା ହେଉଛି ଯେ, ଏସପି ମୁଖ୍ୟ ଅଖିଳେଶ ଯାଦବ କନୌଜରୁ ଲଢ଼ିବେ ନିର୍ବାଚନ । ଏସପି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଦିନ କନୌଜ ରେ ପହଞ୍ଚିଥିଲେ । ସେ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବୁଥ କମିଟି ସଭାପତିଙ୍କ ସହ ଏକ ବୈଠକ କରିଥିଲେ । ଏହି ସମୟରେ ଦଳର ପ୍ରସ୍ତୁତି ଉପରେ ନଜର ରଖିଥିଲେ ।

କନୌଜଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ସମାଜବାଦୀ ପାର୍ଟି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ କିଏ ଏଠାରୁ ନିର୍ବାଚନ ଲଢ଼ିବେ । ଏହି ସମୟ ମଧ୍ୟରେ ସେ ବିଜେପି ଉପରେ ଜୋରଦାର ଆକ୍ରମଣ କରି କହିଥିଲେ ଯେ ବିଜେପି ସର୍ବଦା ଦଙ୍ଗା ସୃଷ୍ଟି କରେ ଏବଂ ଦଙ୍ଗା ସୃଷ୍ଟି କରି ହିନ୍ଦୁ ଏବଂ ମୁସଲମାନମାନ ଙ୍କୁ ବିଭାଜନ କରିବା ପାଇଁ ସର୍ବଦା କାର୍ଯ୍ୟ କରିଥାଏ ।

Akhilesh yadav

ଏସପି ସଭାପତି ଅଖିଳେଶ ଯାଦବ ଖୋଲାଖୋଲି ଭାବେ କନୌଜରୁ ନିର୍ବାଚନ ଲଢ଼ିବା ବିଷୟରେ ଯଦିଓ କହିନାହାଁନ୍ତି, କିନ୍ତୁ ଅନେକ ଥର ସେ ଏଠାରୁ ନିର୍ବାଚନ ଲଢ଼ିବା ନେଇ ଇସାରା ଦେଇଛନ୍ତି । ସେ କହିଥିଲେ ଯେ ତାଙ୍କ ପରିବାରର ଏହି କ୍ଷେତ୍ର ସହିତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସମ୍ପର୍କ ରହିଛି ଏବଂ ସେ କନୌଜ ଛାଡି ପାରିବେ ନାହିଁ । କନୌଜ ଲୋକସଭା ଆସନ ସମାଜବାଦୀ ପାର୍ଟିର ଗଡ଼ ବୋଲି ବିବେଚନା କରାଯାଏ । ସମାଜବାଦୀ ପାର୍ଟି ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ଏହି ଆସନରୁ ସମସ୍ତ ନିର୍ବାଚନରେ ବିଜୟୀ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+