Get Updates
Get notified of breaking news, exclusive insights, and must-see stories!

ନାମାଙ୍କନ ଭରିଲେ ଅଖିଳେଶ, କନ୍ନୌଜରୁ ପୁଣି ଲଢିବେ ନିର୍ବାଚନ

କନ୍ନୌଜ: କନ୍ନୌଜରୁ ପୁଣି ନିର୍ବାଚନ ଲଢିବେ ଅଖିଳେଶ ଯାଦବ । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ପୂର୍ବରୁ ଏହି ଆସନ ପାଇଁ ଏସପି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା ହୋଇଥିଲା । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଏହି ଆସନରୁ ଶେଷରେ ପ୍ରାର୍ଥୀ ହେଇଛନ୍ତି ନିଜେ ଖୋଦ୍ ଅଖିଳେଶ ଯାଦବ ।ଅଖିଳେଶଙ୍କ ନାମାଙ୍କନ ଦାଖଲ ସହ କନ୍ନୌଜ ଲୋକସଭା କ୍ଷେତ୍ରରେ ଲଢେଇ ବେଶ ରୋଚକ ହେଇଯାଇଛି । କାହିଁକି, କନ୍ନୌଜ ସପାର ଗଡ ଭାବେ ବେଶ ପରିଚିତ ।

Akhilesh Yadav

ଅନ୍ୟପଟେ ଏଠାରୁ ବର୍ତ୍ତମାନ ସାଂସଦ ଥିବା ସୁବ୍ରତ ପାଠକଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି । ଯିଏକି ୨୦୧୯ ମସିହାରେ ଡିମ୍ପଲଙ୍କୁ ହରାଇ ଏଠାକାର ସାଂସଦ ବନିଥିଲେ । ତେଣୁ ଏଥର ନିର୍ବାଚନରେ ଅଖିଳେଶ ବନାମ ସୁବ୍ରତ ପାଠକ ଦେଖିବାକୁ ମିଳିବ । କନ୍ନୌଜ ଆସନରୁ ଅଖିଳେଶ ଯାଦବ ପୂର୍ବରୁ ବି ସାଂସଦ ରହିସାରିଛନ୍ତି ।

୨୦୧୨ରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତିନିଥର କନ୍ନୌଜର ସାଂସଦ ରହିଥିଲେ । ୨୦୦୦ ମସିହାରେ ସେ ପ୍ରଥମ କରି ଏହି ଆସନରୁ ସାଂସଦ ନିର୍ବାଚିତ ହେଇଥିଲେ । ଆଉ ଏହାପରେ ଏହି ଆସନରୁ ସେ ଲଗାତାର ବିଜୟ ହାସଲ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+