ରାହୁଲଙ୍କ ଯାତ୍ରାରେ ସାମିଲ ହେବେନି ଅଖିଳେଶ !
Bharat Jodo Nyay Yatra:କଂଗ୍ରେସ ଇଣ୍ଡିଆ ମେଣ୍ଟ ଅଧୀନରେ ସମାଜବାଦୀ ପାର୍ଟିର ୧୭ ଟି ଆସନରେ ନିର୍ବାଚନ ଲଢିବା ପ୍ରସ୍ତାବ ଉପରେ ସୋମବାର କୌଣସି ଜବାବ ଦେଇନାହିଁ । ଏସ୍ପି ସୂତ୍ର ଅନୁଯାୟୀ, ସିଟ ବଣ୍ଟନ ଚୂଡାନ୍ତ ହୋଇ ନ ଥିବାରୁ ଦଳର ମୁଖ୍ୟ ଅଖିଳେଶ ଯାଦବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି ।
ସେ ଏହି ଯାତ୍ରାରେ ମଙ୍ଗଳବାର ରାଏବରେଲୀରେ ସାମିଲ ହୋବର ଥିଲା । ସୋମବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଅଖିଲେଶ କହିଛନ୍ତି ଯେ, ଆସନ ବଚୁଝମାଣା ନ ହେବା ପର୍ଯ୍ୟନ୍ତ ସମାଜବାଦି ପାର୍ଟି ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବ ନାହିଁ ।ସମାଜବାଦୀ ପାର୍ଟି ମେଣ୍ଟ ଅଧୀନରେ ବର୍ତ୍ତମାନ ୧୭ ଆସନରେ କଂଗ୍ରେସକୁ ନିଜର ପ୍ରାର୍ଥୀ ରଖିବାକୁ ପ୍ରସ୍ତାବ ଦେଇଛି ।
ଏହାପୂର୍ବରୁ ଏସ୍ପି କଂଗ୍ରେସକୁ ୧୧ ଟି ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲା, ଯେଉଁଥିପାଇଁ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ସୋମବାର ଅଖିଳେଶ ଯାଦବ କଂଗ୍ରେସ ପାଇଁ ୧୭ ଟି ଲୋକ ସଭା ଆସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।ସୂଚନାନୁସାରେ, ଏସପି ଆମେଥୀ, ରାଏବରେଲି, ବାରବାଙ୍କି, ସୀତାପୁର, କେସିଆରଗଞ୍ଜ, ବାରାଣାସୀ, ଆମ୍ରୋହା, ସାହାରନପୁର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ବୁଲନ୍ଦଶାହର, ଫତେହପୁର ସିକ୍ରି, କାନପୁର, ହାଥ୍ରାସ, ଝାନ୍ସି, ମହାରାଜଗଞ୍ଜ ଏବଂ ବାଗପାଟକୁ ଆସନ ଦେଇଛନ୍ତି ।

କଂଗ୍ରେସ ସୂତ୍ର ଅନୁସାରେ ଏସପି ପକ୍ଷରୁ ୧୭ ଟି ଆସନ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି, ଯଦିଓ ଦଳ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ୧୧ ଟି ଆସନ ପ୍ରସ୍ତାବ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହା ପରେ ସପା ପୁନର୍ବାର ଆସନ ଚୟନ କରି ଏହି ତାଲିକା କଂଗ୍ରେସ ନେତୃତ୍ୱକୁ ପଠାଇଛନ୍ତି ।
ଅନ୍ୟପଟେ ସୋମବାର ଲୋକସଭା ନିର୍ବାଚନ ପାଇଁ ସପା ତାହାର ଦ୍ୱିତୀୟ ତାଲିକା ପ୍ରକାଶ କରିଛନ୍ତି । ଏଥିମଧ୍ୟରେ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଆମଲାରୁ ନୀରଜ ମେର୍ଯ୍ୟ, ଶାହାଜାହାନପୁରରୁ ରାଜେଶ କାଶ୍ୟପ, ହାର୍ଦ୍ଦିକରୁ ଉଷା ଭର୍ମା, ମିଶ୍ରିକରୁ ରାମପାଲ ରାଜଭାନ୍ସି, ମୋହନ ଲାଲଗଞ୍ଜରୁ ଆର.କେ ଚୌଧୁରୀ, ପ୍ରତାପଗଡରୁ ଡକ୍ଟର ଏସପି ସିଂ ପଟେଲ, ଭେରାଇମରୁ ରମେଶ ଗୌତମ । ଗାଜିପୁରର ଆଫଜଲ ଅନସାରୀ ଏବଂ ଚନ୍ଦୌଲିରୁ ବିରେନ୍ଦ୍ର ସିଂଙ୍କ ନାମ ଘୋଷଣା କରିଛି ।












Click it and Unblock the Notifications